ରାଷ୍ଟ୍ରପତି ଭବନ ପରେ ଏବେ ଲୋକସଭା ଭବନରେ କୋରୋନା

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରେ ଏବେ ଲୋକସଭା ସଚିବାଳୟରେ କୋରୋନା ଭାଇରସ ସଙ୍କଟ ଦେଖାଦେଇଛି। ସେଠାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ସେ ହାଉସ୍‌ କିପିଙ୍ଗ୍‌ ବିଭାଗରେ କାମ କରୁଥିଲେ। ବର୍ତ୍ତମାନ ତାଙ୍କର ଚିକିତ୍ସା ରାମ ମନୋହର ଲୋହିଆ ହସ୍ପିଟାଲରେ ହେଉଛି। ଉକ୍ତ କର୍ମଚାରୀ ଜଣକ ଗତ କିଛି ଦିନ ହେଲା ଜ୍ୱର, କାଶ ଏବଂ ଶ୍ୱାସଜନିତ ସମସ୍ୟାରେ ଆକ୍ରାନ୍ତ ଥିଲେ। ସେ କିଛି ଦିନ ହେଲା କାର୍ଯ୍ୟାଳୟକୁ ମଧ୍ୟ ଆସୁ ନ ଥିଲେ। ତେବେ ତାଙ୍କର ନମୂନା କୋରୋନା ପଜିଟିଭ ଆସିବା ପରେ ତାଙ୍କ ପରିବାରକୁ ଆଇସୋଲେସନରେ ରଖାଯାଇଛି। ତାଙ୍କ ପରିବାରର ୧୧ ଜଣ ସଦସ୍ୟଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ଏଥିସହିତ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଏବଂ ସେ ଆଉ କାହା ସଂସ୍ପର୍ଶରେ ଆସିଛନ୍ତି, ସେନେଇ ମଧ୍ୟ ତନାଘନା ଚାଲିଛି।
ଲୋକସଭା ସଚିବାଳୟ ପୂର୍ବରୁ ରାଷ୍ଟ୍ରପତି ଭବନ ପରିସରରେ ଜଣେ ମହିଳା କୋରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ କାର୍ଯ୍ୟ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ସମ୍ପର୍କୀୟ ଏହି ମହାମାରୀ ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସଫେଇ କର୍ମଚାରୀଙ୍କ ସମ୍ପର୍କୀୟ ରାଷ୍ଟ୍ରପତି ଭବନ ପରିସର ମଧ୍ୟରେ ହିଁ ରହୁଥିଲେ। ହେଲେ ସେ ରାଷ୍ଟ୍ରପତି ଭବନର କର୍ମଚାରୀ ନୁହନ୍ତି। ଏହି ଘଟଣା ପରେ ସଂପୃକ୍ତ ମହିଳାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଛି। ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ, ରାଷ୍ଟ୍ରପତି ଭବନ ପରିସରରେ ରହୁଥିବା ୧୨୫ଟି ଘରର ସଦସ୍ୟଙ୍କୁ ସେଲଫ ଆଇସୋଲେସନରେ ରହିବାକୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ