ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ନୂତନ ଭାବେ ନିର୍ବାଚିତ ହୋଇଥିବା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି । ନିର୍ଧାରିତ କାର୍ଯ୍ୟସୂଚନୀ ଅନୁଯାୟୀ ଷୋମବାର ପୂର୍ବାହ୍ଣ ପ୍ରାୟ ୧୦ଟା ୧୪ ମିନିଟ୍ରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ସଂସଦର କେନ୍ଦ୍ରୀୟ ହଲ୍ରେ ଆୟୋଜିତ ସପତ ଗ୍ରହଣ ଉତ୍ସବରେ ଆନୁଷ୍ଠାନିକ ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶ୍ରୀ ଏନ.ଭି ରମଣା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନୂତନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଅବସରରେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ, ସମସ୍ତ ସାଂସଦ, ସମସ୍ତ ରାଜ୍ୟର ରାଜ୍ୟପାଳ, କେତକ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଯୋଗ ଦେଇଥିଲେ, ଅହିଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ବହୁ ନିମନ୍ତ୍ରିତ ମାନ୍ୟଗଣ ଅତିଥିମାନେ ଯୋଗ ଦେଇଛନ୍ତି । ଏଥିପାଇଁ ରାଜଧାନୀ ଦିଲ୍ଲୀ ଚଳଚଞ୍ଚଳ ହୋଇପଡ଼ିଥିଲା, ଏଥିସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶପଥ ଗ୍ରହଣ ଉତ୍ସବ ଶେଷରେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିଥିଲେ । ଶପଥ ଗ୍ରହଣ ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କୁ ତିନି ସେନା ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଗତ ଗୁରୁବାର ଶ୍ରୀମତୀ ମୁର୍ମୁ ଏନଡୀଏ ତରଫରୁ ପ୍ରାଥୀ ହୋଇଥିବାବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଶ୍ରୀ ଯଶୋବନ୍ତ ସିହ୍ନାଙ୍କୁ ପରାସ୍ତ କରି ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ଏଠାରେ ଉଲେଖ ଯୋଗ୍ୟଯେ ଶ୍ରୀମତୀ ମୁର୍ମୁ ଦେଶର ଦୁତୀୟ ମହିଳା ରାଷ୍ଟ୍ରପତି ହୋଇଥିବାବେଳେ ପୂର୍ବରୁ ଶ୍ରୀମତୀ ପ୍ରତିଭା ପାଟିଲ ରାଷ୍ଟ୍ରପତି ଥିଲେ, ଶ୍ରୀମତୀ ମୁର୍ମୁ ଆଗାମୀ ପାଞ୍ଚ ବର୍ଷପାଇଁ ଦେଶର ଏହି ସର୍ବଉଚ ପଦବୀରେ ରହିବ ସହ ପ୍ରଥମ ନାଗରିକତା ଭାବେ କାର୍ଜ୍ୟାକରିବେ.


