ରାଷ୍ଟ୍ରଭାଷାର ପ୍ର·ର ଓ ପ୍ରସାର ଜରୁରୀ : ପ୍ରଫୁଲ୍ଲ ସାମଲ

ଭୁବନେଶ୍ୱର,  : ଉକ୍ରଳ ପ୍ରାନ୍ତୀୟ ରାଷ୍ଟ୍ରଭାଷା ପ୍ର·ର ସଭା, ଭୁବନେଶ୍ୱର (ଶାଖା) ୟୁନିଟ୍-୯, ସଚ୍ଚିବାଳୟ ମାର୍ଗସ୍ଥିତ ନିଜସ୍ୱ କାର୍ଯ୍ୟାଳୟରେ ସନ୍ଧ୍ୟା ୬.୩୦ ମିନିଟ୍ ସମୟରେ ହିନ୍ଦୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।
ଉକ୍ରଳ ପ୍ରାନ୍ତୀୟ ରାଷ୍ଟ୍ରଭାଷା ପ୍ର·ର ସଭା, କଟକର ସଭାପତି, ଶ୍ରୀଯୁକ୍ତ ଶଙ୍କରଲାଲ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ସନ୍ଧ୍ୟା ସମାରୋହରେ ଉଦ୍ଘାଟକ ଭାବେ ପୂର୍ବତନ ମନ୍ତ୍ରୀ, ମାନ୍ୟବର ବିଧାୟକ ଭଣ୍ଡାରିପୋଖରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅନୁÂାନିକ ଭାବେ ଉଦ୍ଘାଟନ କରି କହିଲେ ଯେ, ରାଷ୍ଟ୍ରଭାଷାର ପ୍ର·ର ଓ ପ୍ରସାର ଜରୁରୀ । ତେଣୁ ବିଦ୍ୟାଳୟ ଓ ମହାବିଦ୍ୟାଳଗୁଡ଼ିକରେ ହିନ୍ଦୀ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ହିନ୍ଦୀ ଭାଷାର ପ୍ର·ର ଓ ପ୍ରସାରକୁ ବ୍ୟାପକ କରିବାକୁ ପଡ଼ିବ ବୋଲି ସେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଭୁବନେଶ୍ୱର (ମଧ୍ୟମ) ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା କହିଲେ ଯେ ହିନ୍ଦୀ ଆମ ଦେଶର ରାଷ୍ଟ୍ରଭାଷା ଭାବରେ ମାନ୍ୟତା ଦିଆଯାଇଥିବାରୁ ଦେଶର ସମସ୍ତ ନାଗରିକ ହିନ୍ଦୀ ଭାଷା ପ୍ରତି ଯଥେଷ୍ଟ ସମ୍ମାନ ଦେବା ଆବଶ୍ୟକ । ଦେଶର ସମସ୍ତ ନାଗରିକ ନିଜ ନିଜ ଆଞ୍ଚଳିକ ଭାଷା ଜାଣିବା ସହିତ ରାଷ୍ଟ୍ରଭାଷା ହିନ୍ଦୀ ମଧ୍ୟ ଜାଣିବା ଜାରୁରୀ । ମୁଖ୍ୟବକ୍ତା ଭାଷାବିତ୍, ସ୍ତମ୍ଭକାର, ସୁ-ସାହିତ୍ୟକ, ପଦ୍ମଶ୍ରୀ ଡ଼କ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ ଯେ, ରାଜ୍ୟ ତଥା ଦେଶକୁ ପ୍ରଗତି ପଥରେ ଆଗେଇ ନେବାକୁ ହେଲେ ସର୍ବପ୍ରଥମେ ରାଷ୍ଟ୍ରୀୟ ଭାଷାକୁ ଗୁରୁତ୍ୱ ଦେବା ଆବଶ୍ୟକ । ରାଜ୍ୟରେ ଆଞ୍ଚଳିକ ଭାଷା ସହିତ ରାଷ୍ଟ୍ରଭାଷା ହିନ୍ଦୀର ବହୁଳ ପ୍ର·ର ଓ ପ୍ରସାର ଜୋରଦାର ଉଦ୍ୟମ ହେବା ଆବଶ୍ୟକ । ବିଶିଷ୍ଟ ବକ୍ତା ଭାପ୍ରସେ (ଅବସରପ୍ରାପ୍ତ) ମୁଖ୍ୟ ସଂଯୋଜକ “ସମାଜ”, ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମନ୍ତ୍ରୀ କହିଲେ ଯେ, ରାଷ୍ଟ୍ରଭାଷା ହିନ୍ଦୀକୁ ରାଜ୍ୟର ସ୍କୁଲ୍, କଲେଜ, ସରକାରୀ ଓ ବେସରକାରୀ ଦପ୍ତରରେ ଏହାର ପ୍ର·ର ଓ ପ୍ରସାରର ଯଥେଷ୍ଟ ଆବଶ୍ୟକତା ରହିଛି । ତେଣୁ ପ୍ରଥମେ ଏହି ଭାଷାକୁ ଯଥେଷ୍ଟ ଗୁରୁତ୍ୱ ଦେବା ଆବଶ୍ୟକ ।
ଉକ୍ତ ସମାରୋହରେ ଉକ୍ରଳ ପ୍ରାନ୍ତୀୟ ରାଷ୍ଟ୍ରଭାଷା ପ୍ରଚାର ସଭା, କଟକର ସଭ୍ୟ ତଥା କ୍ରାନ୍ତି ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିଲେ । ଉକ୍ରଳ ପ୍ରାନ୍ତୀୟ ରାଷ୍ଟ୍ରଭାଷା ପ୍ରଚାର ସଭା, କଟକର ପୂର୍ବତନ ସଭାପତିଙ୍କର ୰ କେଶବ ଚନ୍ଦ୍ର ରାଉତଙ୍କର ଆତ୍ମାର ସଦ୍ଗତି ପାଇଁ ୧ ମିନିଟ୍ ନୀରବ ପ୍ରାର୍ଥନା । ପ୍ରାରମ୍ଭରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଉକ୍ତ ସମାରୋହରେ ହିନ୍ଦୀ କବି, ସାହିତି୍ୟକ, ଶିକ୍ଷାବିତ୍, ଭାଷାବିତ୍, ବୁଦ୍ଧିଜୀବୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଭୁବନେଶ୍ୱର ଶାଖାର କାର୍ଯ୍ୟାଳୟ ଅଧିକାରୀ ଶ୍ରୀ ନାଗେଶ୍ୱର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ