ରାଷ୍ଟ୍ରର ପ୍ରତ୍ୟେକଙ୍କ ନିକଟରେ ଖାଦ୍ୟଶସ୍ୟ ପହଞ୍ଚାଇବା ସବୁଠୁ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ : ଗତ ଏକ ବର୍ଷ ମଧ୍ୟରେ ନିଜ ମନ୍ତ୍ରଣାଳୟର ସଫଳତା, ଉପଲବ୍ଧି ଓ ଯୋଜନା ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ବାନ । ମନ୍ତ୍ରଣାଳୟର ସବୁଠୁ ବଡ଼ ସଫଳତା ହେଉଛି ଲକଡାଉନ ସମୟରେ ଲୋକମାନଙ୍କ ନିକଟରେ ମାଗଣା ଖାଦ୍ୟଶସ୍ୟ ପହଞ୍ଚାଇବା। ଉପଭୋକ୍ତା ସୁରକ୍ଷା ଆଇନ, ୨୦୧୯ ଲାଗୁ, ସିଡବ୍ଲ୍ୟୁସିର ସର୍ବାଧିକ କାରବାର, ଏଫସିଆଇର ନିଜସ୍ବ ପୁଞ୍ଜି ପରିମାଣ ୩୫୦୦ରୁ ୧୦,୦୦୦ କୋଟି ଟଙ୍କା ବୃଦ୍ଧି ଏବଂ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଆଦି ଗତ ଏକ ବର୍ଷ ମଧ୍ୟରେ ସରକାରଙ୍କ ଉଲ୍ଲେଖନୀୟ ଉପଲବ୍ଧି। ଖାଦ୍ୟଶସ୍ୟ ବିତରଣ ମନ୍ତ୍ରୀ ସୂଚନା ଦେଇଥିଲେ ଯେ ୨୮.୫.୨୦୨୦ ସୁଦ୍ଧା ଏଫସିଆଇ ନିକଟରେ ୨୭୨.୨୯ ଲକ୍ଷ ମେଟ୍ରିକ ଟନ ଚାଉଳ ଏବଂ ୪୭୯.୪୦ ଲକ୍ଷ ମେଟ୍ରିକ ଟନ ଗହମ ମହଜୁଦ ରହିଛି। ବର୍ତ୍ତମାନ କ୍ରୟ ଜାରି ରହିଥିବା ଏବଂ ଗୋଦାମରେ ପହଞ୍ଚିନଥିବା ଚାଉଳ ଓ ଗହମକୁ ଛାଡ଼ି ବର୍ତ୍ତମାନ ଏଫସିଆଇ ନିକଟରେ ମୋଟ ୭୫୧.୬୯ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ମହଜୁଦ ରହିଛି। ୨୪ ମାର୍ଚ୍ଚ , ୨୦୨୦ରେ ଲକଡାଉନ ଜାରି ହେବା ପରେ ୧୦୧.୮୧ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ଉଠାଯାଇ ୩୬୩୬ ରେଳ ରେକ ଜରିଆରେ ପରିବହନ କରାଯାଇଛି । ସେହିପରି ସଡ଼କ ପଥରେ ୨୧୩.୦୨ ଲକ୍ଷ ମେଟ୍ରିକ ଟନ ଏବଂ ଜଳ ପଥରେ ୧୨,୦୦୦ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ପରିବହନ କରାଯାଇଛି। ଆତ୍ମନିର୍ଭର ଯୋଜନା, ପିଏମ-ଜିକେଏଓ୍ବାଇ ଏବଂ ଏନଏଫଏସଏ ଅନ୍ତର୍ଗତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଖାଦ୍ୟଶସ୍ୟ ପହଞ୍ଚାଇବା ଲାଗି ଏଫସିଆଇ ଓ ନାଫେଡ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପିଏମଜିକେଏଓ୍ବାଇରେ ତିନି ମାସ ପାଇଁ ମୋଟ ୧୦୪.୪ ଲକ୍ଷ ମେଟ୍ରିକ ଟନ ଚାଉଳ ଓ ୧୫.୬ ଲକ୍ଷ ମେଟ୍ରିକ ଟନ ଗହମର ଆବଶ୍ୟକତା ରହିଥିବା ବେଳେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପକ୍ଷରୁ ୮୪.୯୫ ଲକ୍ଷ ମେଟ୍ରିକ ଟନ ଚାଉଳ ଏବଂ ୧୨.୯୧ ଲକ୍ଷ ମେଟ୍ରିକ ଟନ ଗହମ ଉଠାଯାଇଛି। ଅତିରିକ୍ତ ଖାଦ୍ୟଶସ୍ୟ ବ୍ୟତୀତ ପ୍ରତ୍ୟେକ ପରିବାର ପିଛା ୧ କିଗ୍ରା ଲେଖାଏଁ ଡାଲି ୮୦ କୋଟି ଏନଏଫଏସଏ ହିତାଧିକାରୀଙ୍କୁ ଦିଆଯାଉଛି। ତିନି ମାସ ପାଇଁ ୫.୮୭ ଲକ୍ଷ ମେଟ୍ରିକ ଟନ ଡାଲି ଆବଶ୍ୟକ ଥିବା ବେଳେ ୪.୭୭ ଲକ୍ଷ ମେଟ୍ରିକ ଟନ ଡାଲି ଯୋଗାଣ ଆରମ୍ଭ ହୋଇସାରିଥିବା ବେଳେ ୩.୮୦ ଲକ୍ଷ ମେଟ୍ରିକ ଟନ ଡାଲି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ପହଞ୍ଚିସାରିଛି। ଓଏମଏସଏସ ଅଧୀନରେ ଏଫସିଆଇ ଦ୍ବାରା ରାଜ୍ୟ ଓ ଏନଜିଓଗୁଡ଼ିକୁ ଖାଦ୍ୟଶସ୍ୟ ବିକ୍ରିକୁ ସରକାର କୋହଳ କରିଛନ୍ତି। ଏହା ଅଧୀନରେ ଚାଉଳ ଓ ଗହମ ରିହାତି ଦରରେ ଯୋଗାଇ ଦିଆଯାଉଛି। ଆତ୍ମନିର୍ଭର ଭାରତ ପ୍ୟାକେଜରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ୨.୦୬ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଉଠାଇସାରିଛନ୍ତି। ଜାନୁଆରୀ ୨୦୨୧ ସୁଦ୍ଧା ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନାକୁ ସାରା ଦେଶରେ କାର‌୍ୟ୍ୟକାରୀ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ପ୍ରାୟୋଜିତ ଯୋଜନା “ଫୋର୍ଟିଫିକେସନ ଅଫ ରାଇସ ଆଣ୍ଡ ଇଟ୍ସ ଡିଷ୍ଟ୍ରିବ୍ୟୁସନ ଅଣ୍ଡର ପିଡିଏସ”କୁ ପାଇଲଟ ସ୍କିମ ଭାବେ ପ୍ରତ୍ୟେକ ରାଜ୍ୟ ପାଇଁ ଗୋଟିଏ ଜିଲ୍ଲା ଆଧାରରେ ୧୫ଟି ଜିଲ୍ଲାରେ କାର‌୍ୟ୍ୟକାରୀ କରାଯିବ। ଏଥିପାଇଁ ବ୍ୟୟଅଟକଳକୁ ୧୪୭.୬୧ କୋଟି ଟଙ୍କାରୁ ୧୭୪.୬୪ କୋଟି ଟଙ୍କା କରି ଦିଆଯାଇଛି। ଭାରତୀୟ ଖାଦ୍ୟନିଗମ (ଏଫସିଆଇ)ର କ୍ଷମତାପ୍ରାପ୍ତ ପୁଞ୍ଜି ପରିମାଣକୁ ୩୫୦୦ କୋଟିରୁ ୧୦୦୦୦ କୋଟି ଟଙ୍କାକୁ ବୃଦ୍ଧି ପ୍ରସ୍ତାବକୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଅନୁମୋଦନ କରିଛି। ଜାତୀୟ ପଣ୍ୟାଗାର ନିଗମ (ସିଡବ୍ଲ୍ୟୁସି) ୨୦୧୯-୨୦ରେ ସର୍ବାଧିକ ୧୭୧୦ କୋଟି ଟଙ୍କା କାରବାର କରିଛି। ମୋଟ ୬୪.୯୮ କୋଟି ଟଙ୍କା ଲାଭାଂଶ ମଧ୍ୟରୁ ଭାରତ ସରକାର ୩୩.୭୭ କୋଟି ଟଙ୍କା ପ୍ରାପ୍ତ କରିଛନ୍ତି। ୦୧.୦୪.୨୦୧୯ ରୁ ୩୧.୦୩.୨୦୨୦ ମଧ୍ୟରେ ୧୫ଟି ଚିନି କଳକୁ ୧୨୫,୦୫.୩୪ ଲକ୍ଷ ଟଙ୍କାର ଋଣ ଅନୁମୋଦନ ହୋଇଥିବା ବେଳେ ୧୮୮,୫୮.୯୧ ଲକ୍ଷ ଟଙ୍କାର ଋଣ ଆବଣ୍ଟନ କରାଯାଇଛି। ଅନଲାଇନ ଋଣ ଆବେଦନ ଲାଗି ଏକ ପୋର୍ଟାଲ ବିକଶିତ କରାଯାଇଛି। କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଇଥାଇଲ ଆଲକହଲର ବର୍ଦ୍ଧିତ ଚାହିଦା ପୂରଣ ଲାଗି ଚଳିତ ଇଥାନଲ ଯୋଗାଣ ବର୍ଷରେ ଚିନିରୁ ଇଥାନଲ ଉତ୍ପାଦନକୁ ସରକାର ମଞ୍ଜୁରି ଦେଇଛନ୍ତି।
କୋଭିଡ-୧୯କୁ ପ୍ରତିହତ କରିବା ଲାଗି ୧୬୫ଟି ଡିଷ୍ଟିଲାରୀ ଓ ୯୬୨ଟି ସ୍ବାଧୀନ ଉତ୍ପାଦନକାରୀଙ୍କୁ ହ୍ୟାଣ୍ଡ ସାନିଟାଇଜର ଉତ୍ପାଦନ ନିମନ୍ତେ ଲାଇସେନ୍ସ ଦିଆଯାଇଛି, ଯାହାଫଳରେ ଦେଶରେ ୧୧.୫.୨୦୨୦ ସୁଦ୍ଧା ୮୭,୨୦,୨୬୨ ଲିଟର ହ୍ୟାଣ୍ଡ ସାନିଟାଇଜର ଉତ୍ପାଦନ ହୋଇଛି। ବୈଷୟିକ ଦୃଷ୍ଟିରୁ ଏନ ୯୫ ମାସ୍କ ସହ ତୁଳନୀୟ ଏଫଏଫପି୨ ମାସ୍କ ଉତ୍ପାଦନ ଲାଗି ବିଆଇଏସ ପକ୍ଷରୁ ଉତ୍ପାଦନକାରୀମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି। ସଲଫର ମୁକ୍ତ ଚିନି ଉତ୍ପାଦନ ଲାଗି ଆଖୁରସକୁ ନୂଆ ପ୍ରକ୍ରିୟାରେ ବିଶୋଧନ କରିବା ଲାଗି ଜାତୀୟ ଚିନି ସଂସ୍ଥାନକୁ ପାଟେଣ୍ଟ ପ୍ରଦାନ କରାଯାଇଛି। ଲୋକ ସଭା ଓ ରାଜ୍ୟ ସଭାରେ ଉପଭୋକ୍ତା ସୁରକ୍ଷା ବିଲ ଅନୁମୋଦନ ଲାଭ କରିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ୦୯.୦୮.୨୦୧୯ରେ ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯ ସରକାରୀ ଗେଜେଟରେ ପ୍ରକାଶିତ ହୋଇଛି। ୧୫ ଜାନୁଆରୀ ୨୦୨୦ ସୁଦ୍ଧା ସୁନା ଅଳଙ୍କାର ଓ କଳାକୃତ୍ତିର ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଏହାକୁ ସମ୍ପୂର୍ଣ୍ଣ କାର‌୍ୟ୍ୟକାରୀ କରିବା ନିମନ୍ତେ ଗୋଟିଏ ବର୍ଷ ସମୟ ଦିଆଯାଇଛି। ବିଆଇଏସ ଦ୍ବାରା ଏକ ଜାତୀୟ ଲାବୋରୋଟୋରୀ ଡିରେକ୍ଟୋରୀର ଶୁଭାରମ୍ଭ କରାଯାଇଛି। ଏଥିରେ ଉତ୍ପାଦ ଆଧାରିତ ସୁବିଧା ଥିବା ଚାରି ହଜାରରୁ ଅଧିକ ପରୀକ୍ଷାଗାରର ତଥ୍ୟ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ