ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶରେ ମହିଳାଙ୍କ ଅବଦାନ ଅବିସ୍ମରଣୀୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ରେଡ଼କ୍ରସ ଭବନ ଠାରେ ସାମାଜିକ ସଂଗଠନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମହିଳା ଦିବସ ୨୦୨୫ ଓ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ରେ ମହିଳାଙ୍କ ପ୍ରମୁଖ ଭୁମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି କ୍ଷ ସ୍ୱାଗତ ସଂଗୀତ ପରିବେଷଣ ସହ କାର୍ୟ୍ୟକ୍ରମର ଶୁଭାରମ୍ଭ ସାମ୍ବାଦିକା ରୀନା ମହାନ୍ତିଙ୍କ ସଂଯୋଜନା ଓ ସଭାପତି ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ସୀତାଂଶୁ ଶେଖର ମହାରଣା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବୋଲଗଡ -ବେଗୁନିଆ ବିଧାୟକ ମାନ୍ୟବର ପ୍ରଦୀପ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ଅଧ୍ୟକ୍ଷା ମହିଳା ଅଧିକାର ଅଭିଯାନ ଡ଼ଃ ରୀନା ରାଉତରାୟ, ସମ୍ମାନିତ ଅତିଥି ଭାବେ ବିଜୁ ପଟନାୟକ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼ଃ ଜୟଶ୍ରୀବାଳା ମଲ୍ଲିକ, ଅନୁଷ୍ଠାନ ର ସମ୍ପାଦିକା ସମିତା ମହାରଣା ଯୋଗ ଦେଇ ରାଷ୍ଟ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ବୋଲି ମତବ୍ୟକ୍ତ କରିବା ସହିତ ମହିଳା ମାନେ ସାମଗ୍ରିକ ଭାବେ ଚେଷ୍ଟିତ ହେଲେ ସାରା ବିଶ୍ୱରେ ଆମେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିବେ କ୍ଷ ଗାର୍ଗୀ, ମୈତ୍ରୀ ଙ୍କ ଶକ୍ତି ଆମ ମହିଳା ଙ୍କ ପାଖେ ରହିଛି ବୋଲି ମତ ବ୍ୟକ୍ତ କରିବା ସହିତ ଭାରତୀୟ ମହିଳା ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ କ୍ଷ ଏହି ଅବସରରେ ସାରସ୍ୱତ ପ୍ରତିଭାଧାରୀ ସମାଜସେବୀ ଲୋକନାଥ ଦାଶ ଙ୍କୁ ବାବା ଆମତେ ସମାଜସେବୀ ସମ୍ମାନ, ପ୍ରଦୀପ କୁମାର ଦେହୁରୀ ଙ୍କୁ ସମାଜସେବା ଗୌରବ ସମ୍ମାନ, ଶଶ ଧର ପଣ୍ଡା ଙ୍କୁ ଆଦର୍ଶ ସମାଜସେବୀ ସମ୍ମାନ ଓ ଅଞ୍ଜନା ପାତ୍ରଙ୍କୁ ମହିଳା ସଶକ୍ତିକରଣ ପାଇଁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ଆଶ୍ରୟ ର ସ୍ୱତନ୍ତ୍ର ସଂଖ୍ୟା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା କ୍ଷ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରକାଶ ପାଣିଗ୍ରାହୀ, ରମେଶ କୁମାର ମହାପାତ୍ର ପ୍ରମୁଖ ।