ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ନାଉଗାଁ,(ଓ୍ବାଇଏନ୍ଏସ୍): ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଶନିବାର ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଳକର ଗାରୋଇସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଜେନାଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ଏହି ଦିବସରେ ବିଦ୍ୟାଳୟ ପରିସରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ପ୍ରଧାନ ଶିକ୍ଷକଙ୍କ ସହିତ ସହକାରୀ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା, ରବିନ୍ଦ୍ରନାଥ ସ୍ୱାଇଁଙ୍କ ସମେତ ଅନ୍ୟ ଶିକ୍ଷକମାନେ ଯୋଗ ଦେଇ ଶପଥ ପାଠ କରିଥିଲେ । ରାଷ୍ଟ୍ର ବିରୁଦ୍ଧ କାର୍ଯ୍ୟ କରୁଥିବା ଶକ୍ତି ତଥା ଆତଙ୍କବାଦୀ, ଦେଶର ପ୍ରଗତିପଥରେ ବାଧା ସୃଷ୍ଟି କରୁଥିବା ସମସ୍ତ ଶକ୍ତି ବିରୁଦ୍ଧରେ ସ୍ୱର ଉତୋଳନ କରିବା ସହିତ ଆମ ଦେଶର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଏହି ଦିବସରେ ଶପଥ ପାଠ କରାଯାଇଥିଲା ।


