ରାଷ୍ଟ୍ରୀୟ ନବବର୍ଷ ପାଳିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ସ୍ଥାନୀୟ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପରିବାର ପକ୍ଷରୁ ହିଞ୍ଜିଳିକାଟୁ ପୌରାଂଚଳ ପାଟଣା ସାହି ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଶନିବାର ସନ୍ଧ୍ୟାରେ ମହାସମାରୋହରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୁଷୋତମପୁର ସ୍ଥିତ ତରାତାରିଣୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅରବିନ୍ଦ ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଆର. ଏସ. ଏସ.ର ଗଂଜାମ ଜିଲ୍ଲା ସøଙ୍ଘ ଚାଳକ ଡ଼ାକ୍ତର ପ୍ରଭାକର ସାହୁ ଓ ମୁଖ୍ୟ ବକ୍ତା ଭାବେ ଉକ୍ରଳ, ବିପନ୍ନ ସହାୟତା ସମିତିର ପ୍ରାନ୍ତ ପ୍ରଚାରକ ସିମାଂଚଳ ଖଟୁଆ ମଂଚାସିନ ଥିଲେ । ଏହି ଅବସରରେ ରାଷ୍ଟ୍ରୀୟ ନବବର୍ଷର ୧୧ ଟି ବୈଶିଶ୍ଟର ଅମୁଲ୍ୟ ଉପଦେଶକୁ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଏକାନ୍ତ ଆବଶ୍ୟକତା ରହିଛି ବୋଲି ମଞ୍ଚାସିନ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ପରବର୍ତି ସମୟରେ ଭାରତ ମାତାର ସ୍ମରଣ ନିମନ୍ତେ ସାମୁହିକ ଭାବେ ଭକ୍ତିପୁର୍ଣ୍ଣ ସଂସ୍କୃତଶ୍ଳୋକ ଆବୃତି ସହ ଭାରତ ମାତା କି ଜୟ ସ୍ଳୋଗାନ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ଆରଏସ,ସର ୨ ଶହରୁ ଉଦ୍ଧ୍ୱର୍ ସକ୍ରିୟ ସଭ୍ୟ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଆରଏସ,ସର କାଟୁ ଖଣ୍ଡ ଶାରୀରିକ ପ୍ରମୁଖ ସନ୍ୟାସୀ ପୃଷ୍ଟି ପରିଚାଳନା କରିଥିବା ବେଳେ ଇ. ଅନ୍ତର୍ଯ୍ୟାମି ପାତ୍ର, କରୁଣାକର ବାଡ଼ତ୍ୟା, ସନ୍ତୋଷ ସାବତ, ଉମା ପାଢି,ଆଲୋକ ନାୟକ, ଚିନ୍ତାମଣି ବେହେରା, ଜଗନ୍ନାଥ ସାହୁ, କଳାକାର ପୃଷ୍ଟି, ରମେଶ ଚନ୍ଦ୍ର ପଟ୍ଟନାୟକ, ଉମା ଶଙ୍କର ପାଢି, ଚିତରଂଜନ ମହାରଣା, ଦିବାକର ପାଢି, କୁମୁଦ ପାଢି, ରାଜେନ୍ଦ୍ର ପାଢି, ସନ୍ତୋଷ ସାହୁ ପ୍ରମୂଖପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ