ରାଷ୍ଟ୍ରୀୟ ନବବର୍ଷ: ଯୁବ ସମ୍ମିଳନୀ ଓ ମତଦାନ ଜାଗରଣ
କାକଟପୁର (ଯୁଗାଦ୍ଧ ନ୍ୟୁଜ): ଶନିବାର ରାଷ୍ଟୀୟ ନବବର୍ଷ ଅବସରରେ କାକଟପୁରସ୍ଥିତ ଦେଉଳି ମଠ ପରିସରରେ ରାଷ୍ଟୀୟ ଜାଗରଣ ମଞ୍ଚ ତରଫରୁ ଏକ ଯୁବ ସମ୍ବିଳନୀ ଆୟୋଜିତ ହୋଇଯାଇଛି । ଏଥିରେ କାକଟପୁର ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀ ଏବଂ ଯୁବକ ଯୋଗଦେଇ ଭାରତୀୟ ସଂସ୍କୃତି ସମ୍ପର୍କରେ ଆଲୋଚନା କରିବା ସହ ଆଗକୁ ଆସୁଥିବା ଗଣତନ୍ତ୍ରର ମହାପର୍ବରେ ଯୁବ ସମାଜର ଭୂମିକା ବିଷୟରେ ଆଲୋଚନା ହୋଇଥିଲା । ସ୍ୱଦେଶୀ ଜାଗରଣ ମଞ୍ଚର ରାଜ୍ୟ ସଂଯୋଜକ ତଥା କାକଟପୁର ମାଟିରେ ଜନ୍ମ ହୋଇ ସାରା ରାଜ୍ୟରେ ସ୍ୱଦେଶୀ ତତ୍ତ୍ୱର ପ୍ରଚାର କରୁଥିବା ନିର୍ମଳ ଷଡ଼ଙ୍ଗୀ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶତ ପ୍ରତିଶତ ମତଦାନ, ନୋଟା ନେଇ ଭୋଟ ନଦେବା, ଉପଯୁକ୍ତ ପ୍ରାର୍ଥୀଙ୍କୁ ମତଦାନ କରିବା, ମତଦାନ ଦିନ ପ୍ରଥମେ ନିଜର ମତଦାନ ପରେ ଅନ୍ୟମାନଙ୍କୁ ନିଜର ମତ ପାଇଁ ଆହ୍ୱାନ କରିବା ଏବଂ ରାଷ୍ଟ୍ରବାଦୀ ଦୁର୍ନୀତିମୁକ୍ତ ସ୍ଥିର ସରକାର ପାଇଁ ନିଜେ ମତଦାନ କରିବା ସହ ସଚେତନ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏବିଭିପିର ସେବାର୍ଥି ବିଦ୍ୟାର୍ଥି ରାଜ୍ୟ ସଂଯୋଜକ ଦିପକ୍ ସୁବୁଦ୍ଧି, ପୁରୀ ନଗର ସଂପାଦକ ସୌଭାଗ୍ୟ ଦାସ, ଅସ୍ତରଙ୍ଗ ନଗର ସଂପାଦକ ବୃନ୍ଦାବନ ମୁରୁଡି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକୁ ଜିଲା୍ଲ ସହସଂଯୋଗ ଅଭିଜିତ୍ ବେହେରା, ରାଜ୍ୟ କାର୍ଯ୍ୟକାରିଣ ସଦସ୍ୟ ନିରଞ୍ଜନ ମୁଦୁଲି କାର୍ଯ୍ୟ ସଂପାଦନ କରିବାସହ ଗୌରୀଶଙ୍କର ସେନାପତି, ଶିବ ପ୍ରସାଦ ବେହେରା, ବର୍ଷା ତରାଇ, ଦୀପ୍ତିମୟୀ ସ୍ୱାଇଁ, ସତ୍ୟ ନାରାୟଣ ସାହୁ, ସୌରଭ ନାୟକ, ସୌମ୍ୟରଞ୍ଜନ ସାହୁ ଓ ପ୍ରୀତି ପାଣି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଚିନୁଭାଇ ଧନ୍ୟବାଦ ଅର୍ପଣ କରିଥିଲେ ।