ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ଓଡ଼ିଶା ପକ୍ଷରୁ ଭାରତ ବନ୍ଦ ଡ଼ାକରା ସଫଳ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦେଶ ସ୍ୱାଧୀନତାର ଦୀର୍ଘ ୭୫ବର୍ଷ ପରେ ମଧ୍ୟ ଓବିସି ମାନଙ୍କର ସ୍ୱତନ୍ତ୍ର ଜାତିଭିତ୍ତିକ ଜନଗଣନା କରଯାଉ ନାହିଁ । ପଶୁ, ପକ୍ଷୀମାନଙ୍କର ଗଣନା କରାଯାଉଛି ଅଥଚ ୫୨ପ୍ରତିଶତ ଓବିସିମାନଙ୍କର ଜନଗଣନା ହେଉନାହିଁ । ଓବିସି ପ୍ରଧାନମନ୍ତ୍ରୀ ହେଲେ ମଧ୍ୟ ସୁପ୍ରିମକୋର୍ଟରେ ଏକ ଶପଥ ପାଠ ଦେଇଛନ୍ତି ଯେ, ଓବିସି ମାନଙ୍କର ଜାତିଭିତ୍ତିକ ଜନଗଣନା ହେବ ନାହିଁ । ନରେନ୍ଦ୍ର ମୋଦିଜୀ ପ୍ରତିଦିନ ବିକାଶର କଥା କୁହନ୍ତି କିନ୍ତୁ ଓବିସି ମାନଙ୍କର ବିକାଶ ପାଇଁ ଓବିସିମାନଙ୍କ ଜନସଂଖ୍ୟା ଜାଣିବା ଅତ୍ୟନ୍ତ ଆବଶ୍ୟକ । ଏହା ସତ୍ତ୍ୱେ ମଧ୍ୟ ଓବିସି ଜନସଂଖ୍ୟାର ତଥ୍ୟ ସଂଗ୍ରହ କରାଯାଉ ନାହିଁ ଯାହାକି ଓବିସିମାନଙ୍କୁ ବିକାଶରୁ ବଞ୍ôଚତ କରିବା ପାଇଁ ଏକ ଷଡ଼ଯନ୍ତ୍ର ଅଟେ । ଏହାକୁ ବିରୋଧ କରି ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ଓଡ଼ିଶା ପକ୍ଷରୁ ୨୯ ନଭେମ୍ବର ୨୦୨୨ରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏଥିସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଇଭିଏମ୍ ଟ୍ୟାମ୍ପରିଂ, ଏନଆରସି/ଏନପିଆର/ସିଏଏ ବିରୋଧରେ, କୃଷକମାନଙ୍କୁ ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଆଇନ ଦାବିରେ, ବେସରକାରୀ କ୍ଷେତ୍ରରେ ଏସସି, ଏସ୍‌ଟି, ଓବିସିମାନଙ୍କ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ କରିବା ଦାବିରେ, ପୁରୁଣା ପେନସନ ସ୍କିମ୍ ପୁନଃ କାର୍ଯ୍ୟକାରୀ କରିବା, ଜଳ, ଜଙ୍ଗଲ ଜମିରୁ ଆଦିବାସୀମାନଙ୍କୁ ବିସ୍ଥାପନ କରିବା ବିରୋଧରେ, ଶ୍ରମିକମାନଙ୍କ ପାଇଁ ତିଆରି କରାଯାଇଥିବା ଶ୍ରମ ଆଇନ ବିରୋଧରେ ଏହି ଭାରତ ବନ୍ଦ ଡ଼ାକରା ଦିଆଯାଥିଲା । ଏହି ଭାରତ ବନ୍ଦ ଡ଼ାକରାକୁ ରାଜ୍ୟବାସୀ ସମ୍ପୂର୍ଣ୍ଣ ସମର୍ଥନ ଓ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିବାରୁ ରାଷ୍ଟ୍ରୀୟ ପଛୁଆବର୍ଗ (ଓବିସି) ମୋର୍ଚ୍ଚା ରାଜ୍ୟ ସଭାପତି ଜଗଦୀଶ ଯାଦବ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ