ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ଓଡ଼ିଶା ପକ୍ଷରୁ ଭାରତ ସରକାରଙ୍କ ଓବିସିମାନଙ୍କ ଜାତି ଆଧାରିତ ଜନଗଣନା ନ କରାଯିବା ବିରୋଧରେ ଭାରତ ବନ୍ଦ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦେଶ ସ୍ୱାଧୀନତାର ଦୀର୍ଘ ୭୫ବର୍ଷ ପରେ ମଧ୍ୟ ଓବିସି ମାନଙ୍କର ସ୍ୱତନ୍ତ୍ର ଜାତିଭିତ୍ତିକ ଜନଗଣନା କରଯାଉ ନାହିଁ । ପଶୁ, ପକ୍ଷୀ ମାନଙ୍କର ଗଣନା କରାଯାଉଛି ଅଥଚ ୫୨ପ୍ରତିଶତ ଓବିସିମାନଙ୍କର ଜନ ଗଣନା ହେଉନାହିଁ । ଓବିସି ପ୍ରଧାନମନ୍ତ୍ରୀ ହେଲେ ମଧ୍ୟ ସୁପ୍ରିମକୋର୍ଟରେ ଏକ ଶପଥ ପାଠ ଦେଇଛନ୍ତି ଯେ, ଓବିସି ମାନଙ୍କର ଜାତିଭିତ୍ତିକ ଜନଗଣନା ହେବ ନାହିଁ । ନରେନ୍ଦ୍ର ମୋଦିଜୀ ପ୍ରତିଦିନ ବିକାଶର କଥା କୁହନ୍ତି କିନ୍ତୁ ଓବିସି ମାନଙ୍କର ବିକାଶ ପାଇଁ ଓବିସିମାନଙ୍କ ଜନସଂଖ୍ୟା ଜାଣିବା ଅତ୍ୟନ୍ତ ଆବଶ୍ୟକ । ଏହା ସତ୍ତ୍ୱେ ମଧ୍ୟ ଓବିସି ଜନସଂଖ୍ୟାର ତଥ୍ୟ ସଂଗ୍ରହ କରାଯାଉ ନାହିଁ ଯାହାକି ଓବିସିମାନଙ୍କୁ ବିକାଶରୁ ବଞ୍ôଚତ କରିବା ପାଇଁ ଏକ ଷଡ଼ଯନ୍ତ୍ର ଅଟେ । ଏଥିପାଇଁ ଏହାକୁ ବିରୋଧ କରି ୨୯ ନଭେମ୍ବର ୨୦୨୨ରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏଥିସହିତ ଇଭିଏମ୍ ଟ୍ୟାମ୍ପରିଂ, ଏନଆରସି/ଏନପିଆର/ସିଏଏ ବିରୋଧରେ, କୃଷକମାନଙ୍କୁ ଏମ୍ଏସ୍ପି ଗ୍ୟାରେଣ୍ଟି ଆଇନ ଦାବିରେ, ବେସରକାରୀ କ୍ଷେତ୍ରରେ ଏସସି, ଏସ୍ଟି, ଓବିସିମାନଙ୍କ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ କରିବା ଦାବିରେ, ପୁରୁଣା ପେନସନ ସ୍କିମ୍ ପୁନଃ କାର୍ଯ୍ୟକାରୀ କରିବା, ଜଳ, ଜଙ୍ଗଲ ଜମିରୁ ଆଦିବାସୀମାନଙ୍କୁ ବିସ୍ଥାପନ କରିବା ବିରୋଧରେ, ଶ୍ରମିକମାନଙ୍କ ପାଇଁ ତିଆରି କରାଯାଇଥିବା ଶ୍ରମ ଆଇନ ବିରୋଧରେ ଏହି ଭାରତ ବନ୍ଦ ଡ଼ାକରା ଦିଆଯାଇଛି । ୨୯ ନଭେମ୍ବର, ୨୦୨୨ ଭାରତ ବନ୍ଦ ଡ଼ାକାରାରେ ସାମିଲ୍ ହୋଇ ଏହାକୁ ଶାନ୍ତିପୂର୍ଣ୍ଣ ଭାବରେ ସଫଳ କରିବା ପାଇଁ ରାଷ୍ଟ୍ରୀୟ ପଛୁଆବର୍ଗ (ଓବିସି) ମୋର୍ଚ୍ଚା ରାଜ୍ୟ ସଭାପତି ଜଗଦୀଶ ଯାଦବ ନିବେଦନ କରିଛନ୍ତି ।


