ରାଷ୍ଟ୍ରୀୟ ବାଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର କରୋନା ସଚେତନତା ଅଭିଯାନ
କୋଦଳା: କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର.ବି.ଏସ୍.କେ କର୍ମଚାରୀଙ୍କ ଦ୍ଵାରା ବେଗୁନିଆପଡା ବ୍ଳକରେ ସମସ୍ତ ପଞ୍ଚାୟତରେ ବିଭିନ୍ନ ସ୍ଥାନରେ କୋରନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ସ୍ୱାସ୍ଥ୍ୟ କର୍ମୀମାନେ ଲୋକମାନଙ୍କୁ କୋରନାର ଭୟାବହତା ଓ ଏହାର ମୁକାବିଲା ପାଇଁ ସାମାଜିକ ଦୁରତ୍ୱକୁ ମାନିବା,ସାବୁନ୍ ରେ ହାତ ଧୋଇବା,ଆଖି,କାନ ଓ ନାକକୁ ବାରମ୍ବାର ଛୁଇଁବା ନାହିଁ ଓ ବାହାରେ ନ ବୁଲିବା ପାଇଁ ଉପଦେଶ ଦେଇଥିଲେ। ବାହାର ରାଜ୍ୟରୁ ଆସିଥିବା ଲୋକକୁ ସାମାଜିକ ଦୂରତ୍ୱକୁ ମାନିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଶେଷରେ କୋରନାର ସଠିକ ମୁକାବିଲା କରିବା ପାଇଁ ଗ୍ରାମବାସୀଙ୍କୁ କୋରନା ଶପଥ ପାଠ କରିଥିଲେ।ଏହି କାର୍ଯ୍ୟକ୍ରମରେ ଡ଼ଃ ଜୟଦେବ ନାୟକ,ଡ଼ଃ ମୈତ୍ରୀ ସଂଘମିତ୍ରା ,ଡ଼ଃ ସଞ୍ଜୟ କୁମାର ସାହୁ,ଡ଼ଃ ମନୋଜ କୁମାର ସାହୁଙ୍କ ସହ ଏନ ଏମ୍,ସରପଞ୍ଚ, ସମିତି ସଭ୍ୟ ଓ ଗ୍ରାମ ମୁଖ୍ୟ ସହଯୋଗ କରିଥିଲେ।