ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶିଶୁର ଅଙ୍କାବଙ୍କା ଗୋଡ ସଳଖ ହେଲା

ଛତ୍ରପୁର : ଦୁଇଟି ଗୋଡ ଅଙ୍କାବଙ୍କା ଜନ୍ମ ହୋଇଥିବା ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅସ୍ତ୍ରୋପଚାର କରି ସଫଳତା ହାସଲ କରିଥିବା ଖୋଦ୍ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକ ଅଂଚଳରେ ଦେଖିବାକୁ ମିଳିଛି । ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନସ୍ଥ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ଭ୍ରାମ୍ୟମାଣ ଟିମ୍ ଗତ ୨୮.୧୧.୨୦୧୮ ତାରିଖ ଦିନ ଛତ୍ରପୁର ବ୍ଲକର ଚମାଖଣ୍ଡି ଗାଁର ଏମ୍. ଚକ୍ରପାଣି ରେଡ୍ଡୀଙ୍କ ୧୩ଦିନର ଦୁଇଟି ଗୋଡ ଅଙ୍କାବଙ୍କା ଭାବେ ଜନ୍ମ ହୋଇଥିବା ଶିଶୁ ଅଜିତ୍ ସେଠୀ ଏହି ଟିମ୍ର ହାବୁଡରେ ପଡିଥିଲ।। ଏହି ଟିମରେ ଡାକ୍ତର ମଧୁସ୍ମିତା ବେହେରା, ଡାକ୍ତର ସ୍ମୃତି ସାଗର ନାୟକ, ଫର୍ମାସିଟ ପ୍ରିୟଙ୍କା ପ୍ରଧାନ ଓ ସ୍ୱାସ୍ଥ୍ୟ କର୍ମୀ ବସୁନ୍ଧରା ବେହେରା ଚକ୍ରପାଣିଙ୍କ ଘରେ ପହଞ୍ଚି ଅଜିତ୍ ଙ୍କ ଦୁଇଟି ଗୋଡର ସ୍କାନିଙ୍ଗ୍ କରିଥିଲେ । ପରେ ଏସଂପର୍କରେ ମୁନିଷ୍ଠପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କୁ ଜଣାଇଥିଲେ । ୩୦.୧୧.୨୦୧୮ ତାରିଖରେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଏ.ତନୁଜା ଓ ପିଏଚ୍ଇଓ ବରୁଣ କୁମାର ପାଣିଗ୍ରାହୀ ଘଟଣା ଜାଣିବାପାଇଁ ଚମାଖଣ୍ଡି ସ୍ଥିତ ଅଜିତ୍ ଙ୍କ ଘରେ ପହଞ୍ଚିଥିଲେ । ସେଠାରେ ଅଜିତ୍ ଙ୍କ ଦୁଇଟି ଗୋଡର ଅବସ୍ଥା ଦେଖି ସଂଗେ ସଂଗେ ତାଙ୍କୁ ଚିକିତ୍ସା ନିମନ୍ତେ ଗତ ୬.୧୨.୨୦୧୮ ତାରିଖ ଦିନ ବ୍ରହ୍ମପୁର ସିଟି ମେଡିକାଲର (ଡିଇଆଇସି) ନିକଟକୁ ପଠାଇଥିଲେ । ସେଠାରେ ଡାକ୍ତର ଶ୍ରୀଧର ମୂର୍ତ୍ତି ଅଜିତ୍ ଙ୍କ ଦୁଇଟି ଅଙ୍କାବଙ୍କା ଗୋଡକୁ ଦେଖିବାସହ ସମସ୍ତ ପ୍ରକାର ନିରୀକ୍ଷଣ କରିଥିଲେ । ପରେ ଅଧିକ ଚିକିତ୍ସା ନିମନ୍ତେ ଅଜିତ୍ ଙ୍କୁ ୧୩.୧୨.୨୦୧୮ ତାରିଖ ଦିନ ଏମକେସିଜି ମେଡିକାଲକୁ ପଠାଇଥିଲେ । ସେଠାରେ ଅଜିତ୍ ଙ୍କ ବିଭିନ୍ନ ଡାକ୍ତରଙ୍କ ଦ୍ୱାରା ଗୁଡାଏ ଦିନ ଚିକିତ୍ସା କରାଯାଇଥିଲ।। ପରେ ୨୯.୦୫.୨୦୧୯ ତାରିଖରେ ଅସ୍ତ୍ରିଶଲ୍ୟ ବିଭାଗର ପ୍ରଫେସର ଶୋଭାରାଓଙ୍କ ଦ୍ୱାରା ଅସ୍ତ୍ରୋପଚାର କରାଯାଇଥିଲ।। ଏହା ମଧ୍ୟ ସଫଳ ହୋଇଥିଲ।। ଏହାର କିଛି ଦିନ ପର୍ଯ୍ୟନ୍ତ ଅଜିତ୍ ଙ୍କ ଦୁଇଟି ଗୋଡକୁ ନୀୟମିତ ବେଡେଜ୍ ପକାଯାଇଥିଲା ବର୍ତ୍ତମାନ ପରିସ୍ଥିତିରେ ଅଜିତ୍ ୯ମାସ କୁ ଗତି କରିବା ସହ ଆସ୍ତେ ଆସ୍ତେ ଚାଲିବାକୁ ଚେଷ୍ଟା କରୁଛନ୍ତି । ତାଙ୍କର ଅଙ୍କାବଙ୍କ ଦୁଇଟି ଗୋଡ ଏବେ ସଳଖ ହୋଇଥିବାର ଦେଖିବାକୁ ମିଳିଛି । ଅଜିତ ଙ୍କ ସମସ୍ତ ଚିକିତ୍ସା ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ କରାଯାଇଥିବା ପିଏଚ୍ଇଓ ବରୁଣ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏମିତି କୈାଣସି ଘଟଣା ଆମ ନଜର କୁ ଆସିଲେ ଏହାର ଖୁବ୍ ଶୀଘ୍ର ନିରାକରଣ କରାଯିବ ବୋଲି ମଧ୍ୟ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ