ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦ ସୁଧୀରଙ୍କ ଶେଷକୃତ୍ୟ ସମ୍ପନ୍ନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):କଳାହାଣ୍ଡି-କନ୍ଧମାଳ ସୀମା ଶୀର୍ଷା ଜଙ୍ଗଲରେ ଏସଓଜି ଡିୟୁଟିରେ ରିଜର୍ଭ ଫାଷ୍ଟ ବାଟାଲିୟନ (୨୮) ତରଫରୁ ମୟୂରଭଂଜ ମାଟିର ଯୋଗ୍ୟତା ସନ୍ତାନ ସୁଧିର ଟୁଡୁ ମାଓ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ଗୁଳିରେ ଟଳି ପଡ଼ିଥିଲେ । ତାଙ୍କର ପୈତୃକ ଜନ୍ମ ମାଟି ମୟୂରଭଂଜ ଜିଲ୍ଲାର ଶୁଳିଆପଦା ଥାନା ଅନ୍ତର୍ଗତ ଭାଗଡା ପଞ୍ଚାୟତର ସାନଭଦୁଶାଳ ଗ୍ରାମ । ତାଙ୍କର ମରଶରୀରକୁ ତାଙ୍କ ଜନ୍ମ ମାଟିରେ ରାଷ୍ଟ୍ରୀୟ ସମ୍ମାନ ପାଇଁ ସହ ଶେଷକୃତ୍ୟ କରାଯାଇଥିଲା ।ହଜାର ହଜାର ଦେଶପ୍ରେମୀ, ଗଣମାଧ୍ୟମ ପ୍ରତିନିଧି, ବିିଭିନ୍ନ ରାଜନୈତିକ ଦଳର ବିଧାୟକମାନେ ବଡ଼ପଣ୍ଡା ମାନେ ଦିବଂଗତ ଶହୀଦଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।