ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହୀଦ ଙ୍କ ଶେଷ କୃତ୍ୟ ସଂପନ୍ନ

ରାଇକିଆ, (ପ୍ରଦୀପ କୁମାର ବେହେରା):ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି ସହୀଦ ଚନ୍ଦ୍ରକାନ୍ତ ପ୍ରଧାନ ଙ୍କ ର । ପୂର୍ବ ଲଦକ ର ଗଲୱାନ୍ ଉପତ୍ୟକା ରେ ଚାଇନା ସୈନିକ ଙ୍କ ଆକ୍ରମଣ ରେ ଦେଶ ପାଇଁ ପ୍ରାଣବଳି ସହୀଦ ଚନ୍ଦ୍ର କାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର ଶୁକ୍ରବାର ସକାଳ ସାତ ଟା ବେଳେ ପହଞ୍ଚି ଥିଲା ରାଇକିଆ ପାଙ୍ଗନାଜୁ ପଡିଆ ନିକଟ ପଡ଼ିଆ ଠାରେ । ରାଷ୍ଟ୍ରୀୟ ମର୍ଯ୍ୟାଦା ରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ହଜାର ହଜାର ଲୋକଙ୍କ ଉପସ୍ଥିତ ରେ ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଥିଲା । ସେନା ତରଫ ରୁ ତୋପ ସଲାମୀ ଦିଆ ଯାଇଥିଲା । କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜିଲ୍ଲାପାଳ ବୃନ୍ଦା ଡି, ଏସ ପି ପ୍ରତୀକ ସିଂ ଙ୍କ ସମେତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ । ପାର୍ଥିବ ଶରୀର ପହଞ୍ଚିବା ପରେ ମଣ୍ଡାକିଆ ଠାରୁ ଏକ ବାଇକ୍ ଶୋଭାଯାତ୍ରା ସହିଦ ଚନ୍ଦ୍ରକାନ୍ତ ଅମର ରହେ ସ୍ଲୋଗାନ ଦେଇ ପାଙ୍ଗନାଜୁ ପଡିଆ ପର୍ଯ୍ୟନ୍ତ ନିଆ ଯାଇଥିଲା । ପରେ ତାଙ୍କ ଜନ୍ମ ଭୂମି ବିଅରପଙ୍ଗା ରେ ଶେଷ କୃତ୍ୟ ସଂପନ୍ନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ