ରାଷ୍ଟ୍ରୀୟ ଲୋକ ଅଦାଲତରେ ୨୭ ଟି ମାମଲାର ଫଇସଲା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଛତ୍ରପୁର ସ୍ଥିତ ସିଭିଲ କୋର୍ଟ ପରିସରରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷା ତଥା ଅତିରିକ୍ତ ଜିଲ୍ଲା ଜଜ୍ ସ୍ୱାଗତୀ ଦାଶ, ଏସ୍‌ଡିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହୀ, ଜେଏମ୍‌ଏଫସି ପ୍ରଜ୍ଞା ପାରମିତା ସ୍ୱାଇଁ, ସବ୍‌ଜଜ୍ ସ୍ୱୟଂପ୍ରଭା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ୨୭ ଟି ମାମଲାର ଫଇସଲା କରି ୨୩ଲକ୍ଷ ୮ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ । ଫଇସଲା ହୋଇଥିବା ମାମଲା ଗୁଡିକ ମଧ୍ୟରୁ ମୋଟର ଦୁର୍ଘଟଣା ଜନିତ, ବ୍ୟାଙ୍କ ଋଣ , ଏଫଆରଟି ସହିତ ବିଭିନ୍ନ ପ୍ରକାର ମାମଲା ରହିଛି । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡି , ସଂପାଦକ ଏସ୍‌.ଶ୍ୟାମ କୁମାର ରାଓ , ଆଇନଜିବୀ ସନ୍ତୋଷ କୁମାର ପଶୁପାଳକ, ଦେବେନ୍ଦ୍ର କୁମାର ମିଶ୍ର, ରାମକୃଷ୍ଣ ଦାଶ, ଶଶିଭୂଷଣ ପଟ୍ଟନାୟକ, ପ୍ରଦୀପ କୁମାର ପାଢୀ, ମୋହନ ରେଡ୍ଡୀ, ସୁରଜିତ ସାମନ୍ତରାୟ, ସରକାରୀ ଓକିଲ ମନୋଜ କୁମାର ପାଢୀ, ଭୈରବୀ କୁମାର ପଟ୍ଟନାୟକ, ଡମିନାଥ ସାହୁ, ପ୍ରଦୀପ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ମକଦ୍ଦମା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ