ରାଷ୍ଟ୍ରୀୟ ଲୋକ ଅଦାଲତ ୨୩ଟି ମାମଲା ଫୈସଲା ୧୪ଲକ୍ଷ୪ହଜାର୫୭ଟଙ୍କା ଆଦାୟ
ଛତ୍ରପୁର : କୋର୍ଟ ପରିସରରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ଅତିରିକ୍ତ ଜିଲ୍ଲାଦୈରାଜଜ୍ ତଥା ଛତ୍ରପୁର ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷା ଶିଖାରାଣୀ ରଥ, ସବଜଜ୍ ସତ୍ୟନାରାୟଣ ପାତ୍ର ,ଏସଡିଜେଏମ୍ ଜୟ ପ୍ରକାଶ ନାୟକ ଓ ଜେଏମ ଏଫସି ଶ୍ରୀଚନ୍ଦନ ରଥ ଉପସ୍ଥିତ ରହି ମୋଟର ଦୁର୍ଘଟଣା ଜନିତ ୩ଟି, ବ୍ୟାଙ୍କଋଣ ୩ଟି , ଏନଆଇ (ଆକ୍ଟ) ୩ଟି ସମେତ ମୋଟ ୨୩ ଟି ମାମଲାର ଫୈସଲା କରାଯାଇ ୧୪ଲକ୍ଷ ୪ହଜାର ୫୭ଟଙ୍କା ଆଦାୟ କରାଯାଇଛି । ମକଦ୍ଦମା ପରିଚାଳନା ବେଳେ ଓକିଲ ବ୍ରଜ ମୋହନ ଆଚାର୍ଯ୍ୟ, ପି.ଧର୍ମା ରେଡ୍ଡୀ, ସୁରଜିତ୍ ସାମନ୍ତରାୟ, ଡମିନାଥ ସାହୁ, ମନୋଜ କୁମାର ପାଢୀ,ପ୍ରଦୀପ ପାତ୍ର, ଅଶୋକ କୁମାର ପଣ୍ଡା, କୃଷ୍ଣସାହୁ (୨) ଙ୍କ ସମେତ ବହୁ ଓକିଲମାନେ ଉପସ୍ଥିତ ଥିଲେ ।