ରାଷ୍ଟ୍ରୀୟ ଲୋକ ଅଦାଲତ ୪୨ ମାମଲା ଫଇସଲା: ୨୮.୨୬ ଲକ୍ଷ ଆଦାୟ
ଛତ୍ରପୁର, (ଦେବିଦତ୍ତ ମହାରଣା) : ଛତ୍ରପୁର ତାଲୁକ ଆଇନ୍ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ରାଜାରଞ୍ଜନ ପାଢୀ, ସିନିୟର ସିଭିଲ୍ ଜଜ୍ ମାନସ ରଞ୍ଜନ ରାୟ ଏବଂ ଏସ୍ଡିଜେଏମ୍ ସୌମ୍ୟା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସମୁଦାୟ ୪୨ଟି ମାମଲାର ଫଇସଲା କରିଛନ୍ତି । ଏହି ବାବଦରେ ମୋଟ ୨୮ ଲକ୍ଷ ୨୬ ହଜାର ୮୪୪ ଟଙ୍କା ଆଦାୟ କରାଯାଇଥିଲା । ୩ଟି ମୋଟର ଜନିତ ଦୁର୍ଘଟଣା ମାମଲା ଫଇସଲା କରି ୨୫ ଲକ୍ଷ ୭୫ ହଜାର ଟଙ୍କା ଆଦାୟ ହୋଇଥିବା ବେଳେ ୮ ଟି ସିଭିଲ୍ ମାମଲା ଫଇସଲା କରି ୬୬ ହଜାର ୮୪୪ ଟଙ୍କା ଏବଂ ୨ ଟି ଚେକ୍ ବାଉନ୍ସ ମାମଲା ଫଇସଲା କରି ୧ ଲକ୍ଷ ୮୫ ହଜାର ଟଙ୍କା ଆଦାୟ ହୋଇଥିଲା । ସେହିପରି ଏଫ୍ଆ୍ରଟି ୨୬ ଟି ମାମଲାର ଫଇସଲା କରାଯାଇଥିଲା । ସରକାରୀ ଓକିଲ ଡମିନାଥ ସାହୁ, ଓକିଲ ନିତ୍ୟାନନ୍ଦ ମୁଦୁଲି, ସୁରେନ୍ଦ୍ର କୁମାର ପଣ୍ଡା, ଶ୍ରୀକାନ୍ତ ମିଶ୍ର, ରାମକୃଷ୍ଣ ଦାଶ, କେ.ଶିବରାମ ରେଡ୍ଡୀ, ସୁରେଶ କୁମାର ସେନାପତି, ସୁମିତ୍ ସାହୁ, ବି.ସୁଧୀର, ଦେବେନ୍ଦ୍ର ମିଶ୍ର, ଏମ୍.ମୋହନ ପ୍ରମୁଖ ପରିଚାଳନା କରିଥିଲେ ।