ରାଷ୍ଟ୍ରୀୟ ଲୋକ ଅଦାଲତ ୭୫ମାମଲା ଫଇସଲା, ୬୭ଲକ୍ଷ ୬୮ହଜାର ୮୪୮ଟଙ୍କା ଆଦାୟ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଶନିବାର ରାଷ୍ଟ୍ରୀୟ ଲୋକଅଦାଲତ ଅନୁ୍ଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୈାରଜଜ୍ ମନୋରଂଜନ ଦାସ, ସବଜଜ୍ ମାନସ ରଂଜନ ରାୟ, ଏସଡିଜେଏମ ସୈାମ୍ୟା ପ୍ରଧାନ ଓ ଜେଏମଏଫସି ସ୍ୱୟଂସିକ୍ତା ପତି ପ୍ରମୁଖ ଉପସ୍ଥିତ ରହି ସମୁଦାୟ ୭୫ ଟି ମାମଲା ର ଫଇସଲା କରିଛନ୍ତି । ଏହି ବାବଦରେ ୬୭ଲକ୍ଷ ୬୮ହଜାର ୮୪୮ ଟଙ୍କା ଆଦାୟ କରାଯାଇଛି । ୩ଟି ମୋଟର ଜନିତ ଦୁର୍ଘଟଣା ମାମଲା ଫଇସଲା କରି କ୍ଷତିପୂରଣ ବାବଦରେ ୧୯ଲକ୍ଷ ୨୦ହଜାରଟଙ୍କା ଆଦାୟ କରାଯାଇଥିବା ବେଳେ ୫ଟି ଏନଆଇ ଆକ୍ଟ ମାମଲାର ଫଇସଲା କରାଯାଇ ୯ଲକ୍ଷ ୩୧ହଜାର ଟଙ୍କା ଆଦାୟ କରାଯାଇଛି । ସେହିପରି ୨ଟି ବ୍ୟାଙ୍କ ମାମଲାର ଫଇସଲା କରାଯାଇ ୮ଲକ୍ଷ ୪୫ହଜାର ୪ଶହଟଙ୍କା ଆଦାୟ କରାଯାଇଛି । ୭ଟି ସିଭିଲ ମାମଲାର ଫଇସଲା କରାଯିବା ସହିତ ୩୦ଲକ୍ଷ୭୨ହଜାର୪୪୮ଟଙ୍କା ଆଦାୟ କରାଯାଇଛି । ୩୭ଟି ଏଫ ଆରଟି ମାମଲା, ୧୫ଟି ଅପାରଧ ଜନିତ ମାମଲା, ୨ଟି ବୈବାହିକ ଜନିତ ମାମଲା ଓ ଗୋଟିଏ ପାରିବାରିକ ହିଂସା ମାମଲା ର ମଧ୍ୟ ଫଇସଲା କରାଯାଇଥିଲା । ସରକାରୀ ଓକିଲ ଡମିନାଥ ସାହୁ ଓ ପ୍ରଦୀପ ପାତ୍ର, ପ୍ରଦୀପ କୁମାର ପାଢି, ଗୋକୁଳ ଚନ୍ଦ୍ର ପଣ୍ଡା, ନିତ୍ୟାନନ୍ଦ ମୁଦୁଲି, ନୀରାକାର ମାଳି, ଏମ . ମୋହନ ରେଡ୍ଡୀ, ସୁରେନ୍ଦ୍ର କୁମାର ପଣ୍ଡା, କୃଷ୍ଣଚନ୍ଦ୍ର ସାହୁ (ଏ), ଦିଲ୍ଲିପ କୁମାର ପଟ୍ଟନାୟକ, ସୁରେଶ ସେନାପତିଙ୍କସମେତ ବହୁ ଆଇନଜିବୀ ମାନେ ମାମଲା ଗୁଡିକ ପରିଚାଳନା କରିଥିଲେ ।