ରାଷ୍ଟ୍ରୀୟ ଶିକ୍ଷା ନୀତି ସପ୍ତାହ କାର୍ଯକ୍ରମ
ବ୍ରହ୍ମପୁର,(ଅନିଲ କୁମାର):ମିନାକ୍ଷୀନଗର ସ୍ଥିତ ସେଣ୍ଟଜାଭିୟର ହାଇସ୍କୁଲ ରେ ଏକ ସପ୍ତାହ ବ୍ୟାପୀ ରାଷ୍ଟ୍ରୀୟ ଶିକ୍ଷା ନୀତି ସପ୍ତାହ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି l
ପ୍ରଥମ ଦିବସରେ ଶିକ୍ଷା ସହାୟତା ଉପକରଣ ମାଧ୍ୟମରେ ଶିକ୍ଷlଦାନ କରାଯାଇଥିବା ବେଳେ ଦୀତୀୟ ଦିବସରେ ପୂର୍ଣ୍ଣ ସାକ୍ଷରତା ଓ ସଂଖ୍ୟାଦାନ କୌଶଳ ପାରଙ୍ଗମତା କୁ ପ୍ରାଧାନ୍ୟ ଦେଇ ଶିକ୍ଷlଦାନ ଦିଆଯାଇଥିଲା l ତୃତୀୟ ଦିବସରେ କ୍ରୀଡା ଦକ୍ଷତା ସହ ସ୍ୱାସ୍ଥ୍ୟ ଓ ମାନସିକ ଦକ୍ଷତା ର ସମ୍ପର୍କ କିପରି ଛାତ୍ରଛାତ୍ରୀ ଙ୍କ ଠାରେ ପ୍ରଯୁଜ୍ୟ ସେଥିପ୍ରତି ଧ୍ୟାନ ଦିଆଯାଇଥିଲା l କ୍ରୀଡା ଦିବସରେ ଉଭୟ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ସଚେତନତା କରାଯାଇଥିଲା l ଚତୁର୍ଥ ଦିବସରେ ନୃତ୍ୟ,ଗୀତ, ସଂଗୀତ, ଚିତ୍ର, କଳା ସହ ନୀତି ନିୟମ ଶୃଙ୍ଖଳା ଜ୍ଞlନର ଆବଶ୍ୟକତା ଓ ଗୁରୁତ୍ୱ ପ୍ରତି ଛାତ୍ରଛାତ୍ରୀ ଙ୍କୁ ଆକର୍ଷିତ କରାଗଲା l ପଞ୍ଚମ ଦିବସରେ କମ୍ପୁଟର ତଥା ମୋବାଇଲ ର ପ୍ରୟୋଗlତ୍ମକ ଦକ୍ଷତା ଓ ଜ୍ଞlନ କୌଶଳ ବିଷୟରେ ସଚେତନ କରାଗଲା l ଷଷ୍ଠ ଦିବସରେ ଇକୋ କ୍ଲବ୍ ମିଶନ, ସ୍କୁଲ ନୁଉଟ୍ରିସନ ଡେ , ପରିବେଶ ସୁରକ୍ଷା, ବୃକ୍ଷ ରୋପଣ, ସ୍ଵଚ୍ଚ ପରିବେଶ ସୃଷ୍ଟି ଦିଗରେ ବିଶଦ ଭାବରେ ଛାତ୍ରଛାତ୍ରୀ ଙ୍କୁ ଅବଗତ କରାଗଲା l ସପ୍ତମ ଦିବସରେ ସମାଜରେ ସାମୁହିକ ଉନ୍ନତି କରଣରେ ବିଦ୍ୟାଳୟ ଓ ଛାତ୍ର ଛାତ୍ରୀ ଭୂମିକା ବିଷୟରେ ସଚେତନ ସୃଷ୍ଟି କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ସେଣ୍ଟ ଜାଭିୟର ହାଇସ୍କୁଲର ଚେୟାରମେନ ଡ .ଗୌରୀ ଶଙ୍କର ପଣ୍ଡା, ନିର୍ଦେଶକ ଇଂ କୁନାଲ କୌଶିକ ପଣ୍ଡା, ସହ ନିର୍ଦେଶକ ରାହୁଲ ରାଜ ପଣ୍ଡା, ବିଦ୍ୟାଳୟ ର ଅଧ୍ୟକ୍ଷ କାଁହୁ ଚରଣ ପଣ୍ଡା ଏବଂ ଉପାଧ୍ୟକ୍ଷା ପ୍ରଣତି ଦାସ, ଏ.ଓ ରମେଶ ଚନ୍ଦ୍ର ରାଓ ପ୍ରମୁଖ ଙ୍କ ସମେତ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।