ରାଷ୍ଟ୍ରୀୟ ସେବା ଭାରତୀ ତରଫରୁ ୬୭୩୩୬ରୁ ଉର୍ଦ୍ଧ୍ୱ ସ୍ଥାନରେ ସେବାକାମ
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : କରୋନାର ପ୍ରଭାବରେ ଏବେ ସାରା ବିଶ୍ୱ ତ୍ରସ୍ତ, ଆତଙ୍କିତ ଓ ବିଷାଦଗ୍ରସ୍ତ । ଏ ସମୟରେ ସାଧାରଣ ଜନତାଙ୍କ ସେବାରେ ରାଷ୍ଟ୍ରୀୟ ସେବା ଭାରତୀର କାର୍ଯ୍ୟକର୍ତାମାନେ ନିଜକୁ ସାମିଲ କରିଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତତ୍ୱାବଧାନରେ ରାଷ୍ଟ୍ରୀୟ ସେବା ଭାରତୀ ତରଫରୁ ଅସହାୟ ମାନଙ୍କୁ ରନ୍ଧାଖାଦ୍ୟ, ସୁଖିଲା ଖାଦ୍ୟ, ଗୋ ଖାଦ୍ୟ, ମାସ୍କ ଆଦି ବଂଟନ କରାଯାଉଥିବା ବେଳେ ରକ୍ତଦାନ ଶିବିର, କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଆଦି କାର୍ଯ୍ୟକ୍ରମମାନ ମଧ୍ୟ ଅନୁଷ୍ଠିତ ହେଉଛି । ବିଭିନ୍ନ ଅଂଚଳକୁ ସାନିଟାଇଜେସନ କରିବା ସହିତ ସାମାଜିକ ଦୂରତ୍ୱ, ଘରେ ରହିବା ସୁସ୍ଥ ରହିବା ପାଇଁ ମଧ୍ୟ ସେଚତନତା ମଧ୍ୟ କରାଯାଉଛି । ମଇ ୨ ତାରିଖ ପର୍ଯ୍ୟନ୍ତ ଆମର ହସ୍ତଗତ ହୋଇଥିବା ଖବର ଅନୁସାରେ ୬୭୩୩୬ ସ୍ଥାନରେ ଅନୁଷ୍ଠିତ ସେବାକାମରେ ୩,୪୨,୩୧୯ ସେବାରତକାର୍ଯ୍ୟକର୍ତା ଭାଗ ନେଇଛନ୍ତି । ସେବା ଭାରତୀ ତରଫରୁ ୫୦,୪୮,୦୮୮ ପରିବାରଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଥିବା ବେଳେ ୩,୧୭,୧୨,୭୬୭ ପ୍ୟାକେଟ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ୪୪,୫୪,୫୫୫ ମାସ୍କ ବିତରଣ କରାଯାଇଥିବା ବେଳେ ୨୨,୪୪୬ ଜଣ ରକ୍ତ ଦାନ କରିଛନ୍ତି । ୧,୬୧,୦୦୫ ବାସହରା ଲୋକଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆଯାଇଥିବା ବେଳେ ୨୧,୨୪,୪୦୪ ଜଣଙ୍କୁ ଆର୍ୟୁବେଦିକ କାଡା ସେବନ କରାଯାଇଛି । ଅସ୍ଥାୟୀ ହୋମ୍ କ୍ୱାରେଂଟାଇନ୍ ସେଂଟରରେ ୫୮ ,୭୩୯ ଜଣଙ୍କୁ ଏବଂ ବିଭିନ୍ନ ରାଜ୍ୟରେ ୪,୮୯,୮୨୪ ଜଣଙ୍କୁ ଅନେକ ପ୍ରକାର ସେବା ଯୋଗାଇ ଦିଆଯାଇଛି ।