ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ବିଜୟା ଦଶମୀ ଉତ୍ସବ ପାଳିତ

ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ନାରାୟଣପୁର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି । ରାଷ୍ଟ୍ରୀ ସ୍ୱୟଂସେବକ ସଂଘର ରାୟଗଡ ଖଣ୍ଡ ଦ୍ୱାରା ଆୟୋଜିତ ହୋଇଥିବା ଉତ୍ସବର ମୁଖ୍ୟ ଅତିଥି ଭାବେ ଗୈାତମୀ ଦଳାଇ, ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହପ୍ରାନ୍ତ ଶାରିରୀକ ପ୍ରମୁଖ ଅଶୋକ ରଣଜିତ, ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ସହ ସଂଘଚାଳକ ରାଧାକୃଷ୍ଣ ଜାନୀ ଓ ନରେଶ ଶବର ମଞ୍ଚାସୀନ ଥିଲେ । ମଞ୍ଚାସୀନ ଅତିଥି ମାନେ ବିଜୟା ଦଶମୀ ଉତ୍ସବ ପାଳନ କରିବାର ଉଦ୍ଦେଶ୍ୟ ଓ ତାର ମହତ୍ତ୍ୱ ବିଷୟରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ରଣଜିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ହେଉଛି ସଦାସର୍ବଦା ରାଷ୍ଟ୍ର ପାଇ ସମର୍ପିତ ଏକ ଜୀବନତ ସଙ୍ଗଠନ ଅଟେ । ରାଷ୍ଟ୍ରବାଦୀ ବିଚାରଧାରାକୁ ନେଇ ସୁସଙ୍ଗଠିତ ଓ ସଶକ୍ତ ରାଷ୍ଟ୍ରରେ ପରଣିତ କରିବା ହେଉଛି ଏହାର ଲକ୍ଷ୍ୟ ଅଟେ । ଯଦ୍ୱାରା କି ସମଗ୍ର ବିଶ୍ୱରେ ଭାରତବର୍ଷର ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିବେ ଏବଂ କୌଣସି ବାହ୍ୟଶକ୍ତି ଆମଦେଶକୁ ଆକ୍ରମଣ କରିବାତ ଦୂରର କଥା ଏପରିକି ଲଲୁପ ଦୃଷ୍ଟି ପକାଇପାରିବା ପାଇଁ ସାହାସ କିରିବେ ନାହିଁ ବୋଲି କହିଥିଲେ । ଆମଦେଶକୁ ସୁସଙ୍ଗଠିତ ଓ ବିକାଶ କରିବାରେ ବାଧକ ସାଜୁଥିବା କୁସଂସ୍କାର ଗୁଡିକ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦ୍ୱାରା ଦୂର ହୋଇଛି । ସେବା କରିବା ସମୟରେ ନିରେପେକ୍ଷ ହେବା ଆବଶ୍ୟକ ଅଟେ । ବ୍ୟକ୍ତିତ୍ୱକୁ ନ ବୁଝି ତାନିକଟରେ ଥିବା ତତ୍ତ୍ୱକୁ ବୁଝିବାର ଆବଶ୍ୟକ ରହିଛି ବୋଲି ମୁଖ୍ୟବକ୍ତା କହିଥିଲେ । ସଭାକାର୍ଯ୍ୟକ୍ରମ ପ୍ରାରମ୍ଭ ପୂର୍ବରୁ ସଦ୍‌ଭାବନା କାର୍ଯ୍ୟକ୍ରମ ହୋଇଥିଲା । ଏହାପରେ ରାୟଗଡ ଖଣ୍ଡର ବହୁ ସଂଖ୍ୟକ ସ୍ୱୟଂସେବକ ନାରାୟଣପୁର ଗ୍ରାମ ପରିକ୍ରମା ସହ ଶାରିରୀକ, ରଣକୌଶଳ ଆଦି ପ୍ରଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ