ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପୋଲସରା ବ୍ଳକ ଗସ୍ତ

ପୋଲସରା (ଅନିଲ ମହାରଣା ): ରାଜ୍ୟ ସରକାରଙ୍କ ଗୃହ, ଶକ୍ତି, ଶିଳ୍ପ (ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଉଦ୍ୟୋଗ ) ବିଭାଗ ରାଷ୍ଟ୍ର ମନ୍ତ୍ରୀ (ସ୍ୱତନ୍ତ୍ର) କ୍ୟାପଟନ ଦିବ୍ୟ ଶଙ୍କର ମିଶ୍ର ସେପ୍ଟେମ୍ବର ୧୧ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପୋଲସରା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଯୋଗଦେଇ ଉଦଘାଟନ କରିଥିବା ଜଣାପଡିଛି। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସହ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମଧ୍ୟ ଗସ୍ତ କରିଥିଲେ। ଗସ୍ତ ସମୟରେ ବିଭିନ୍ନ ଗ୍ରାମରେ ମନ୍ତ୍ରୀ ଶ୍ରୀ ମିଶ୍ର ଓ ବିଧାୟକ ଶ୍ରୀ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିବା ଦେଖବାକୁ ମିଳିଥିଲା। ମନ୍ତ୍ରୀ ଶ୍ରୀ ମିଶ୍ର ଓ ବିଧାୟକ ଶ୍ରୀ ସାହୁ ଦୁହେଁ ହାତୀଓଟ ୩୩/୧୧ କେ.ଭି. ପ୍ରାଥମିକ ବୈଦ୍ୟୁତିକ ଉପକେନ୍ଦ୍ର, ଖଣ୍ଡୁରୁ ଗ୍ରାମ ପଞ୍ଚାୟତ ଗୃହ, ଚିରିକିପଡା ଶାସନ ଗ୍ରାମରେ ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ମଣ୍ଡଳ କାର୍ଯ୍ୟାଳୟ ଗୃହ ସମେତ ବାଲିଛାଇ, କଲମ୍ବ, ବୁଢେଇଶୁଣି, ସୋଡ଼କ, ଢୁଙ୍କାପଡା, ବଡ଼ ପଙ୍କଳବାଡ଼ି, କୋଙ୍କରଡ଼ା ଗ୍ରାମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ କରିଥିଲେ। ଏହି ସମସ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା, ବିଡ଼ିଓ ସୁରଞ୍ଜନ କୁମାର ସାହୁ, ସହକାରୀ ଯନ୍ତ୍ରୀ ଭିକାରୀ ଖଣ୍ଡୁଆଳ, ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ତଥା ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟା ସସ୍ମିତା କୁମାରୀ ତାରାଇ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟସଭ୍ୟା, ଓ ବହୁ ମହିଳାଙ୍କ ସମେତ ଗ୍ରାମବାସୀ ବୃନ୍ଦ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ