ରାସନକାର୍ଡ ତାଲିକାରୁ ବଂଚିତ ଭିନ୍ନକ୍ଷମ ରାମ ଙ୍କ ସମେତ ଦୁଇ ପରିବାର

ବୌଦ୍ଧ (ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଲା ହରଭଙ୍ଗା ବ୍ଲକ ପିତାମ୍ବରପୁର ପଂଚାୟତ ଅନ୍ତର୍ଗତ ଶରଧାପୁର ଗାଁ ର ହରିଜନସାହି ବସ୍ତି ରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ଦୁଇଟି ପରିବାରର ୫ ଜଣ ସଦସ୍ୟ । ସୁଚନାମୁତାବକ ଗ୍ରାମର ଭିନ୍ନକ୍ଷମ ରାମ ବେହେରା ଙ୍କ ପରିବାରର ଦୁଇ ଜଣ ଏବଂ ପମୋଦ ବେହେରାଙ୍କ ପରିବାରର ୩ ଜଣ ସଦସ୍ୟ ଖାଦ୍ୟ ସୁରକ୍ଷା ଯୋଜନା ତାଲିକାରୁ ବାଦ ପଡିଛନ୍ତି । ରାମ ବେହେରା ଜଣେ ଭିନ୍ନକ୍ଷମ ହୋଇଥିବାବେଳେ ପରର ମୁଲଲାଗିବା ହେଉ ଅବା କୌଣସି ଶାରିରିକ ପରିଶ୍ରମ କରିପାରୁନଥିବାବେଳେ ପେଟକୁ ଗଣ୍ଡେ ଦାନା ଯେଗାଡ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡୁଛି । ସେହିପରି ପ୍ରମୋଦ ବେହେରା ମଧ୍ୟ ଜଣେ ଗରିବ ଓ ଦଳିତ ପରିବାର ର ହୋଇଥିଲେ ସୁଧା ତାଙ୍କୁଏହି ଯୋଜନାରେ ସାମିଲ କରାଯାଇ ନାହିଁ । ତୁରନ୍ତ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଏହି ଦୁଇ ପରିବାଙ୍କୁ ସାମିଲ କରି ରାସନ ସାମଗ୍ରୀ ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

ଋିପୋର୍ଟ – ହିମାଶୁଂ ଶେଖର ସାହୁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ