ରାସନ କାର୍ଡରୁ ବଞ୍ଚିତ ହିତାଧିକାରୀମାନେ ଜିଲ୍ଲାପାଳଙ୍କ ଠାରେ ଫେରାଦ
ଛତ୍ରପୁର, (ଓ୍ବାଇଏନ୍ଏସ୍) : ରାସନ କାର୍ଡ ପାଇବାରୁ ବଞ୍ଚିତ ଥିବା ହିତାଧିକାରୀମାନେ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ ଦ୍ୱାରସ୍ଥ ହୋଇଛନ୍ତି । ଛତ୍ରପୁର ନିର୍ବଚନମଣ୍ଡଳୀ ବିଜେପି ନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଗଞ୍ଜାମ ବ୍ଲକ ମଲାଡ ପଞ୍ଚାୟତ ବରଦା ଗ୍ରାମର ଶତାଧିକ ମହିଳାମାନେ ଜିଲ୍ଲାପାଳଙ୍କୁ ସାକ୍ଷତ କରି ସେମାନଙ୍କ ଦରଖାସ୍ତ ପ୍ରଦାନ କରିଛନ୍ତି । ନିହାତି ଗରିବ ଶ୍ରେଣୀ ଓ ରାସନ କାର୍ଡ ପାଇଁ ଯୋଗ୍ୟ ହିତାଧିକାରୀ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଆମ୍ଭକୁ ରାସନ କାର୍ଡ ପ୍ରଦାନ କରାଯାଇ ନାହିଁ । ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଘରୁ ବୁଲୁଥିଲେ ସୁଦ୍ଧା ରାଜନୈତିକ ବାତାବରଣକୁ କେନ୍ଦ୍ର କରି ଆମ୍ଭମାନଙ୍କ କଥାକୁ କେହି ଗୁରୁତ୍ୱ ଦେଉନାହାନ୍ତି । ଏଣୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆସିଅଛୁ ବୋଲି ହିତାଧିକାରୀମାନେ କହିଛନ୍ତି ।