ରାସନ କାର୍ଡ ପ୍ରଦାନ ଦାବିରେ ଧାରଣାରେ ବସିଲେ ଶତାଧିକ ମହିଳା

ଗଞ୍ଜାମ,(ଓ୍ବାଇଏନ୍ଏସ୍):ଗଞ୍ଜାମର ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ରେଶନ କାର୍ଡ ପ୍ରଦାନ ଦାବିରେ ଆଜି ମଲାଡ଼ ପାଞ୍ଚୟତ ର ଶତାଧିକ ମହିଳା ଧାରଣାରେ ବସିଥିଲେ । ପରେ ସରପଞ୍ଚ, ଜିଲ୍ଲାପରିଷଦସଭ୍ୟ ବିଡିଓ ଙ୍କ ସହ ଆଲୋଚନା କରିଥିଲେ । ପରେ ବିଡ଼ିଓ ଏହାର ତଦନ୍ତ କରି ଏକ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣରୁ ହଟିଥିଲେ ମହିଳା ମାନେ ।
ଖବର ନେବାରେ ମଲାଡ଼ ପାଞ୍ଚୟତର ବିଭିନ୍ନ ଗ୍ରାମର ମହିଳା ମାନେ ରାସନ କାର୍ଡ ପାଇଁ ନିୟମ ଅନୁସାରେ ଯୋଗ୍ୟବିବେଚିତ ହୋଇଥିବା ମଧ୍ୟ ସେମାଙ୍କୁ ରାସନ କାର୍ଡ ପ୍ରଦାନ ରୁ ବଞ୍ଚିତ କରାଯାଇଛି । ଏନେଇ ସେମାନେ ବିଭିନ୍ନ ସମୟରେ ବାରମ୍ବାର ଦୌଡ଼ି ଯୋଗାଣନିରୀକ୍ଷକ ଙ୍କୁ ଅବଗତ କରାଇଥିଲେ ବି କୌଣସି ପ୍ରତିକାର କରାଯାଇନଥିଲା । ଫଳରେ ସେମାନେ ଆଜି ବାଧ୍ୟହୋଇ ବ୍ଲକ କାର୍ଯ୍ୟାଳୟ ର ବିଡ଼ିଓ ଚାମ୍ବର ସମ୍ମୁଖରେ ଧାରଣା ଦେଇଥିଲେ । ଖବର ପାଇ ସ୍ଥାନୀୟ ସରପଞ୍ଚ ପ୍ରଭାତ ସେଠୀ, ଜିଲ୍ଲାପରିଷଦ ସଭ୍ୟ ଜେ. ସନ୍ତୋସି ବିଡ଼ିଓ ବିଶ୍ୱଜିତ ରାୟ ଙ୍କୁ ଭେଟି ସମସ୍ୟା ଉପରେ ଅବଗତ କରିଥିଲେ । ପରେ ବିଡ଼ିଓ ରାୟ ଯୋଗାଣ ନିରୀକ୍ଷକ ରିନାରାଣୀ ମହାପାତ୍ର ଙ୍କୁ ଡକାଇ ସରପଞ୍ଚ, ଜିଲ୍ଲାପାରିଷଦ ଙ୍କ ଉପସ୍ଥିତ ରେ ଆଲୋଚନା କରିଥିଲେ । ଧାରଣାରେ ବସିଥିବା ମହିଳା ମାନଙ୍କ ପାଖକୁ ବିଡ଼ିଓ ରାୟ, ସରପଞ୍ଚ ସେଠି, ଜିଲ୍ଲାପରିଷଦ ସଭ୍ୟ ସନ୍ତୋସି ଯାଇ ଏହାର ତଦନ୍ତ କରି ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ରେଶନ କାର୍ଡ ପ୍ରଦାନ କରାଯିବ ବୋଲି କହିଥିଲେ । ମାତ୍ର ମହିଳା ମାନେ ଦୁଇ ସପ୍ତାହ ମଧ୍ୟରେ ପ୍ରଦାନ ପ୍ରତିକାର ନ କରାଗଲେ ପୁଣି ଆନ୍ଦୋଳନ କରିବେ ବୋଲି କହିଥିଲେ । ଏନେଇ ବିଡ଼ିଓ ଏକ ମାସ ସମୟ ମାଗିବାରୁ ଧାରଣା ରତ ମହିଳା ମାନେ ସହମତି ପ୍ରକାଶ କରିବା ସହ ଆନ୍ଦୋଳନ ରୁ ଓହରି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ