ରାସନ କାର୍ଡ ହିତାଧିକାରୀଙ୍କୁ ଗହମ ମିଳୁ ନ ଥିବାରୁ ଅସନ୍ତୋଷ

ନିମାପଡ଼ା,(ସନ୍ତୋଷ ଦାଶ):କୌଣସି ବ୍ୟକ୍ତି ଯେପରି ଅନାହାରରେ ନ ରହିବେ ସେଥିପାଇଁ କେନ୍ଦ୍ର ସରକାର ନିଶ୍ଚିତ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଣୟନ କରି ଗରିବ ଶ୍ରେଣୀର ପରିବାରକୁ ମାସକୁ ମୁଣ୍ଡ ପିଛା ୫ କିଗ୍ରା ଆକାର ରେ ଖାଦ୍ୟ ଶସ୍ୟ (ଚାଉଳ ଓ ଗହମ) ମାଗଣାରେ ଯୋଗାଇ ଦେଇ ଆସୁଛନ୍ତି। ଗତ ଏକ ବର୍ଷ ହେବ ରାସନ କାର୍ଡ ହିତାଧିକାରୀ ମାନଙ୍କୁ କେବଳ ଚାଉଳ ପ୍ରଦାନ କରା ଯାଇଆସୁଛି। ଚଳିତ ଅକ୍ଟୋବର, ନଭେମ୍ୱର ଓ ଡିସେମ୍ବର ମାସ ରେ ହିତାଧିକାରୀ ମାନଙ୍କୁ ଗହମ ଓ ଚାଉଳ ପ୍ରଦାନ କରାଯିବ ବୋଲି ଯୋଗାଣ ମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଏହା ପ୍ରହସନ ରେ ପରିଣତ ହୋଇଥିବା କହିଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ ଧୁମାଳୋ ପଞ୍ଚାୟତ ର ସରପଞ୍ଚ ମୋନାଲିସା ସିଂ। ପୁରୀ ଜିଲ୍ଲା ର ବିଭିନ୍ନ ସ୍ଥାନରେ ରହିଥିବା ଡିଲର ମାନେ ରାସନ କାର୍ଡ ହିତାଧିକାରୀ ମାନଙ୍କୁ କେବଳ ଚାଉଳ ପ୍ରଦାନ କରିଛନ୍ତି।କୌଣସି ଜଣେ ପରିବାର କୁ ଗହମ ପ୍ରଦାନ କରା ଯାଇନାହିଁ। ଫଳରେ ବୃଦ୍ଧ ବୃଦ୍ଧା, ବିଭିନ୍ନ ରୋଗ ରେ ପୀଡ଼ିତ ବ୍ୟକ୍ତି ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ରୁଟି ଖାଉଥିବା ବେଳେ ମାଗଣା ଗହମ ମିଳୁ ନ ଥିବାରୁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ନିମାପଡା, ଗୋପ,କାକଟପୁର, ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ର ଡିଲର ମାନେ ରାସନ କାର୍ଡ ହିତାଧିକାରୀ ମାନଙ୍କୁ ୩ ମାସ ର ଚାଉଳ ପ୍ରଦାନ କରିଛନ୍ତି କିନ୍ତୁ ଗହମ ପ୍ରଦାନ କରିନାହାନ୍ତି। ଏ ସଂପର୍କ ରେ ଗୋପ ଯୋଗାଣ ବିଭାଗ ଅଧିକାରୀ ସସ୍ମିତା ସାହୁ ଙ୍କୁ ପଚାରିବାରେ ଜଟଣୀ ଗୋଦାମ ରୁ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ର ନିମାପଡ଼ା ସ୍ଥିତ ନହନ୍ତରା ଗୋଦାମ କୁ ଗହମ ଆସି ନ ଥିବାରୁ ରାସନ କାର୍ଡ ହିତାଧିକାରୀ ମାନଙ୍କୁ ଗହମ ପ୍ରଦାନ କରାଯାଇ ପାରିନାହିଁ ବୋଲି କହିଛନ୍ତି। ତୁରନ୍ତ ହିତାଧିକାରୀ ମାନଙ୍କୁ ଗହମ ପ୍ରଦାନ କରାଯିବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ