ରାସନ କାର୍ଡ଼ରେ ନାମ ଥାଇ ରାସନ ନ ମିଳିବା ଘଟଣା;ବିଡ଼ିଓ ପହଁଚିଲେ ହିତାଧିକାରୀଙ୍କ ପାଖରେ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : ସରକାର ଯୋଗାଉଥିବା ରାସନକାର୍ଡ଼ରେ ନାମ ଥିଲେ ମଧ୍ୟ ମିଳୁନଥିଲା ରାସନ। ଏନେଇ ଏକ ଖବର ପ୍ରକାଶ ପାଇବା ପରେ ସଂପୃକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିଛନ୍ତି ଖଜୁରିପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ରବିନ୍ଦ୍ର ନାଥ କହଁର। ଖବର ପ୍ରକାଶିତ ପରେ ୨ ଥର ଲେଖାଏଁ ହିତାଧିକାରୀଙ୍କ ପାଖକୁ ଯାଇ ଘଟଣାର ତଦନ୍ତ କରିବା ସହିତ ଏଥିରେ ସତ୍ୟତା ଥିବା ଜାଣିବା ପରେ ତୁରନ୍ତ ଏକ ନୂତନ କାର୍ଡ଼ ପ୍ରଦାନ ପାଇଁ ପ୍ରତିଶୃତି ଦେଇ ପରବର୍ତ୍ତି ସମୟରେ ଏକ ନୂତନ କାର୍ଡ଼ ପ୍ରଦାନ କରିଛନ୍ତି। ଯେଉଁଥିରେ ପରିବାରର ସମସ୍ତଙ୍କର ନାମ ରହିଛି ଓ ବର୍ତ୍ତମାନ ପରିବାରର ସମସ୍ତେ ଚାଉଳ ପାଇବେ ବୋଲି ବି.ଡ଼ି.ଓ ପ୍ରକାଶ କରିଛନ୍ତି। ତେବେ ଉକ୍ତ ନୂତନ କାର୍ଡ଼କୁ ନିଜେ ବି.ଡ଼ି.ଓ ହିତାଧିକାରୀଙ୍କ ପାଖରେ ପହଁଚି ପ୍ରଦାନ କରିଛନ୍ତି। ବର୍ଷ ବର୍ଷ ଧରି ଅଭିଯୋଗ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇ ପାରିନଥିବା ବେଳେ ବର୍ତ୍ତମାନର ବି.ଡ଼ି.ଓ ଏହାକୁ ଗୁରୁତ୍ୱର ସହିତ ଗ୍ରହଣ କରି ଘଟଣାର ତଦନ୍ତ କରିବା ସହିତ ନୂତନ କାର୍ଡ଼ ପ୍ରଦାନ କରିଥିବା ଯୋଗୁଁ ପରିବାର ପକ୍ଷରୁ ମଧ୍ୟ ବ୍ଳକ ପ୍ରଶାସନ କୁ ସାଧୁବାଦ ପ୍ରଦାନ କରିଛନ୍ତି।ପ୍ରକାଶଯେ, କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଇରିପିଗୁଡ଼ା ଗ୍ରାମର ରବିନ୍ଦ୍ର ନାୟକ (୩୯) ଓ ସ୍ତ୍ରୀ ନୟନ୍ତି ନାୟକ (୩୬) ସହିତ ୪ ଟି ଝିଅ  ଅଛନ୍ତି। ତେବେ ପରିବାରକୁ ମିଳିଥିବା ରାସନକାର୍ଡ଼ରେ ପରିବାରର ସମସ୍ତଙ୍କ ନାମ ଥିଲେ ମଧ୍ୟ କିଛିବର୍ଷ ସମସ୍ତଙ୍କ ନାମରେ ଚାଉଳ ମିଳୁଥିଲା। ତେବେ ପରବର୍ତ୍ତୀ ସମୟରେ ନିଜର ସାନ ଝିଅର ନାମ ଉକ୍ତ କାର୍ଡ଼ରେ ସାମିଲ୍ କରିବା ପାଇଁ ବ୍ଳକ ଯୋଗାଣ ବିଭାଗ ନିକଟରେ ଲିଖିତ ଭାବେ ଜଣାଇବା ସହିତ ତାଙ୍କର ସାନ ଝିଅର ଆଧାରକାର୍ଡ଼ ପ୍ରଦାନ କରିଥିଲେ। କିନ୍ତୁ ସେହି ସମୟରେ ସାନ ଝିଅର ନାମ ଉକ୍ତ କାର୍ଡ଼ରେ ଭର୍ତ୍ତି କରିବା ପରେ ଅନ୍ୟ ୨ ଝିଅଙ୍କର ନାମ କଟି ଯାଇଥିଲା। ସେହିଦିନ ଠାରୁ ପରିବାରର ୬ ଜଣଙ୍କ ବଦଳରେ ୩ ଜଣଙ୍କ ନାମରେ ସରକାରୀ ଯୋଜନରେ ଅନ୍ତର୍ଭୁକ୍ତ ରାସନକାର୍ଡ଼ରେ ଚାଉଳ ପାଉଥିଲେ। ଗତ କିଛିବର୍ଷ ହେଲା ସେ ମାତ୍ର ୩ ଜଣଙ୍କ ନାମରେ ଚାଉଳ ପାଉଥିବା ବେଳେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ ଖଜୁରିପଡ଼ା ଯୋଗାଣ ବିଭାଗ ଜ୍ଞାତ ଥିଲେ ମଧ୍ୟ କୌଣସି ପ୍ରକାର ଗୁରୁତ୍ୱ ଦେଇନଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ