ରାସାୟନିକ ବିପର୍ଯ୍ୟୟ ସମ୍ବନ୍ଧେ ଅଭିମୁଖୀକରଣ ଏବଂ ସମନ୍ନ୍ଵୟ ସମ୍ମିଳନୀ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ଏନ.ଆଇ.ସି ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନ ଘ. ୨.୩୦ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକଙ୍କ ଅଧ୍ୟକ୍ଷତାରେ ଏକ ରାସାୟନିକ ବିପର୍ଯ୍ୟୟର ଅଭିମୁଖୀକରଣ ଏବଂ ସମନ୍ନ୍ଵୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାର ବରିଷ୍ଠ ଅଧିକାରୀ ତଥା ଫାଲକନ ଇଣ୍ଡଷ୍ଟ୍ରି ଓ ଇଣ୍ଡେନ ବଟଲିଂ କମ୍ପାନୀର ଅଧିକାରୀମାନେ ଯୋଗଦେଇଥିଲେ l ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମକ୍ ଏକ୍ସରସାଇଜ ବିଷୟରେ ଏନଡ଼ିଏମଏ ଅଧିକାରୀ ଅନଲାଇନ ମାଧ୍ୟମରେ ବୈଠକରେ ଯୋଡି ହୋଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଉକ୍ତ ବୈଠକରେ ଯୋଗଦେଇ ଓସଡମା ଅଧିକାରୀମାନେ କାର୍ଯ୍ୟକ୍ରମର ଏକ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିଥିଲେ l ରାସାୟନିକ ବିପର୍ଯ୍ୟୟର ସମୟରେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକର ସହାଭାଗିତା ଏହି ସଭାର ମୁଖ୍ୟ ପ୍ରସଙ୍ଗ ଥିଲା l କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆସନ୍ତା ୮ ତାରିଖରେ ଜିଲ୍ଲା ପ୍ରସ୍ତୁତି ବୈଠକ, ୯ ତାରିଖରେ ଟେବୁଲ ଟପ ଏକ୍ସରସାଇଜ ଏବଂ ୧୧ ତାରିଖରେ ମକ୍ ଏକ୍ସରସାଇଜ କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ