ରାସ୍ତାକଡରୁ ଦୁର୍ଘଟଣା ଗ୍ରସ୍ତ ଙ୍କୁ ଉଦ୍ଧାର କଲା ଜୟଜଗନ୍ନାଥ ଗ୍ରୁଫ
ନିଜ କର୍ମକ୍ଷେତ୍ରରୁ ଫେରିବା ବାଟରେ ହଠାତ ଜୟ ଜଗନ୍ନାଥ ଗ୍ରୁଫ ର ଅନ୍ୟତମ ଆଡ୍ମିନ ରାଜେନ୍ଦ୍ର ପାତ୍ର ଗୋପାଳପୁର ଓଭରବ୍ରିଜ ନିକଟରେ ଲୋକଙ୍କ ଗହଳି ଦେଖି ଅଟକି ଯାଇ ଦେଖିଲେ ଶ୍ରୀକାନ୍ତ ପାତ୍ର ନାମକ ଜଣେ ବ୍ୟକ୍ତି ଲହୁଲୁହାଣ ଅବସ୍ଥାରେ ପଡିଛନ୍ତି । ସେ ସଂଗେ ସଂଗେ ଆମ୍ବୁଲାନ୍ସ କୁ ଅପେକ୍ଷା ନକରି କିଛି ସ୍ଥାନୀୟ ଯୁବକଙ୍କ ସହାୟତା ରେ ଆହତ ଙ୍କୁ ନିଜ କାରରେ ବସାଇ ବ୍ରହ୍ମପୁର ବଡ ମେଡିକାଲ ର ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି କରାଇଥିଲେ ।ଖବର ପାଇ ବ୍ରହ୍ମପୁର ଜୟ ଜଗନ୍ନାଥ ଗ୍ରୁଫର ର ଅନ୍ୟତମ ବଡ଼ଭାଇ କାର୍ତ୍ତିକ ପାଣିଗ୍ରାହୀ ମଧ୍ୟ ବଡ ମେଡିକାଲରେ ପହଞ୍ଚି ଚିକିତ୍ସା ସମ୍ବନ୍ଧରେ ଡାକ୍ତର ଙ୍କ ସହ ଆଲୋଚନା କରିଥିଲେ । ମେଡିକାଲ ରେ ପହଞ୍ଚି ଆହତ ଙ୍କ ଆତ୍ମୀୟ ସ୍ୱଜନ ଙ୍କୁ ଯୋଗାଯୋଗ କରିବାରୁ ଆହତଙ୍କ ସ୍ତ୍ରୀ ଶ୍ରୀମତୀ ଲିପିକା ପାତ୍ର ଓ ଅନ୍ୟମାନେ ବି ମେଡିକାଲ ରେ ପହଁଚି ଥିଲେ । ଆଶୁ ଚିକିତ୍ସା ପରେ ଆହତଙ୍କୁ ଗେଟ ବଜ଼ାର ସ୍ଥିତ ତାଙ୍କ ବାସଭବନରେ ଛାଡ଼ି ଥିଲେ ।। । ଏମିତି ପ୍ରତ୍ୟେକ ଜାଗାରେ ସେ ବ୍ରହ୍ମପୁର ହେଉ ଅବା ଭୁବନେଶ୍ୱର, କଟକ ହେଉ ଅବା କେନ୍ଦ୍ରାପଡା,ଖୋର୍ଦ୍ଧା ହେଉ ଅବା କଳାହାଣ୍ଡି , ପୁରୀ ହେଉ ଅବା ସମ୍ବଲପୁର , ସେ ମଣିଷ ହୁଅନ୍ତୁ ଅବା କଥା କହି ପାରୁନଥିବା ପଶୁପକ୍ଷୀ ସମସ୍ତ ଙ୍କ ପାଇଁ ସେବା ର ମୂର୍ତ୍ତିମନ୍ତ ପ୍ରତୀକ ହୋଇ ପହଞ୍ଚି ଯାଆନ୍ତି ଜୟଜଗନ୍ନାଥ ଗ୍ରୁଫର ସ୍ବେଚ୍ଛାସେବୀ ଭାଇ ଓ ଭଉଣୀମାନେ ।।କାରଣ ସେମାନଙ୍କର ବିଶ୍ୱାସ ରହିଛି ଯଦି ଶିବଙ୍କ ସାନିଧ୍ୟ ପାଇବାର ଅଛି ତ ହେଲେ ଜୀବ ଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ହେବ ।ଏହି କାର୍ୟ୍ୟକ୍ରମ ରେ ବିଶେଷ କରି ଆଡ୍ମିନ ଭାଇ ରାଜେନ୍ଦ୍ର ପାତ୍ର ଭଉଣୀ ମମତା ପାତ୍ର ବଡ଼ଭାଇ କାର୍ତିକ ପାଣିଗ୍ରାହି ଏବଂ ଅନ୍ୟାନ୍ୟ ସଭ୍ୟ ସଭ୍ୟା ମନେ ଉପସ୍ଥିତ ଥିଲେ ।