ରାସ୍ତାକଡରୁ ସଦ୍ୟଯାତ ଶିଶୁପୁତ୍ର ଉଦ୍ଧାର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ମଉଦା ମିଠିଗାଁ ରାସ୍ତା କଡରୁ ଏକ ସଦ୍ୟଜାତ ଶିଶୁପତ୍ର ଉଦ୍ଧାର ହୋିଛି । ସୁଚନାରୁ ଜଣାଯାଇଛି ଯେ ଏହି ରାସ୍ତାକଡର ଘୁଣ୍ଟିବଳ ଠାରେ କେହି ଜଣେ ଏକ ନବଜାତ ଶିଶୁପୁତ୍ରକୁ ପକାଇ ଦେଇ ପଳାଇଥିଲା । ସେହି ରାସ୍ତାଦେଇ ଯାଉଥିବା ସଢ଼ା ପଞ୍ଚାୟତର ସରପଞ୍ଚ ଶାଗରୀକା ଜେନାଙ୍କ ସ୍ୱାମୀ ସନ୍ତୋଷ ଜେନା ଛୁଆଟିର କ୍ରନ୍ଦନ ଶୁଣି ଓହ୍ଲାଇବା ପରେ ତୁରନ୍ତ ଆମ୍ବୁଲାନସ ଡକାଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । କବରପାଇ ଚାଇଲଡ ଲାଇନ କର୍ତ୍ତୁପକ୍ଷ ଡାକ୍ତରଖାନାରେ ପହଞ୍ଚି ଶିଶୁଟିର ଚିକିତ୍ସା ଦାୟିତ୍ୱ ନେଇଛନ୍ତି । ଶିଶୁଟି ସୁସ୍ଥ ଥିବା ଜଣାଯାଇଛି ।