ରାସ୍ତାକଡରେ ପଡିଛି ସରକାରୀ ଔଷଧ
ଭଞ୍ଜନଗର ,(ଯୁଗାବ୍ଦ ନ୍ୟୁଜ) ରାଜ୍ୟରେ ସ୍ୱାସ୍ଥ୍ୟାବସ୍ଥା ସ୍ଥିତିରେ ସୁଦୃଢ ଆଣିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରଣୟନ କରି ରାଜ୍ୟକୁ ରୋଗମୁକ୍ତ କରିବା ସହ ରୋଗୀକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ବଭିନ୍ନ ପ୍ରୟାସ କରୁଥିବାବେଳେ ଗଞ୍ଜାମ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାସ୍ତାକଡରେ ପଡିଛି ସରକାରୀ ଔଷଧ।ଗୋଟିଏ ପେଟିରେ ପ୍ରାୟ ୧୨୦ଟି ଆଇରନ ଏଣ୍ଡ ଫେଲିକ ଏସିଡ ସିରାପ ପଡିଛି । ଯାହାର ଅବଧି ୨୦୨୦ ଅପ୍ରେଲ ମାସ ପର୍ୟ୍ୟନ୍ତ ରହିଛି । ସ୍ଥାନୀୟଲୋକେ ଏହି ପ୍ୟାକେଟ କାଳିଆମ୍ବା ନାଳ ହିଡରେ ପାଇଥିବା କହିଛନ୍ତି । ତେବେ କିଭଳି ଓ କେଉଁ ଅବସ୍ଥାରେ ଅବଧି ଥିବା ମେଡିସିନ ପେଟି କୁ କିଏ ଫୋପାଡିଛି ଏହାକୁ ନେଇ ସ୍ଥାନୀୟ ଅଂଚଳବାସୀ ପ୍ରଶ୍ନ ଉଠାଇଛନ୍ତି ।