ରାସ୍ତାକଡରେ ପସରା ମେଲାଇଛନ୍ତି ପୁଟପାଥ୍ ରେଡିମେଡି ପୋଷାକ ବ୍ୟବସାୟୀ

ପାର୍ବଣରେ ଆର୍ଥୀକ ସ୍ଥିତି ସୁଧାରିବାକୁ ଆଶା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ) : ବାହାର ରାଜ୍ୟରୁ ଆସୁଥିବା କିଛି ରେଡିମେଡି ପୋଷାକର ପୁଟଫାଥ୍ ବ୍ୟବସାୟୀ ମାନେ ଚଳିତ ବର୍ଷ ପାର୍ବଣ ସମୟରେ ଆର୍ଥୀକ ସ୍ଥିତି ସୁଧାରିବାକୁ ମନରେ ଆଶା ସଞ୍ଚାର କରିଛନ୍ତି । ରୋଜଗାର ହରାଇ ଭୋକ ଉପବାସରେ ଦିନ କାଟୁଥିବା ଫୁଟଫାଥ୍ ବ୍ୟବସାୟୀ ମାନେ ପୁଣି ଥରେ ଆର୍ଥୀକ ସ୍ଥିତି ମଜବୁତ କରିବା ସକାଶେ ଉଦ୍ୟମ ଆରମ୍ଭ କରିଛନ୍ତି । ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ରାଜ୍ୟ ଓ ଜିଲ୍ଲା ବାହାରୁ ଆସିଥିବା ରେଡିମେଡି ପୋଷାକର ଫୁଟଫାଥ୍ ବ୍ୟବସାୟୀ ମାନେ ଗତ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ନିଜର ପସରା ମେଲାଇଛନ୍ତି । ପ୍ରତିଦିନ ରାସ୍ତା କଡରେ ବସି କମ୍ ମୂଲ୍ୟରେ ରେଡିମେଡି ପୋଷାକ ବିକ୍ରି କରୁଥିବା ଏଭଳି ବେପାରୀ ମାନେ ବର୍ଷତମାମ ବିଭିନ୍ନ ସହରରେ ଅସ୍ଥାୟୀ ଭାବେ ବିକ୍ରି କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି।‌ ଫଳରେ ରାସ୍ତା କଡରେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ଏଭଳି ବ୍ୟବସାୟୀ ମାନେ ଚଳିତ ବର୍ଷ ପୁଣି ଥରେ ସେମାନଙ୍କର ବ୍ୟବସାୟ ଆରମ୍ଭ କରିଛନ୍ତି । ପାର୍ବଣ ଋତୁ ପାଖେଇ ଆସୁଥିବାରୁ ଭଲ ବ୍ୟବସାୟ ହେବା ସହ ଭଲ ୨ ପଇସା ରୋଜଗାର ହେବାରେ ଆଶା ରଖିଛନ୍ତି । ହିଞ୍ଜିଳିକାଟୁ ସହର ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ହୋଇଥିବାରୁ ସ୍ଥାନୀୟ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ୪୦ରୁ ଉର୍ଦ୍ଧ୍ୱ ଗ୍ରାମାଞ୍ଚଳର ଜନ ସାଧାରଣ ବାଣିଜ୍ୟ କାରବାର ସକାଶେ ସ୍ଥାନୀୟ ସହର ଉପରେ ନିର୍ଭରଶୀଳ । ଏପରିକି ସୁଲଭ ମୁଲ୍ୟରେ ରେଡିମେଡି ପୋଷାକ କିଣିବା ସକାଶେ ସ୍ଥାନୀୟ ସହରକୁ ଆସିଥାନ୍ତି । ଏହାକୁ ଆଖି ଆଗରେ ରଖି ବାହାର ରାଜ୍ୟ ଓ ନିକଟସ୍ଥ ଜିଲ୍ଲାରୁ ବହୁ ଫୁଟଫାଥ୍ ବ୍ୟବସାୟୀ ସ୍ଥାନୀୟ ସହରକୁ ଆସି ନିଜ ନିଜର ପସରା ମେଲାଇ ଦେଇଥାନ୍ତି । କମ୍ ମୂଲ୍ୟରେ ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବକ, ଯୁବତୀ ସମେତ ସମସ୍ତ ବୟସର ଲୋକଙ୍କ ସକାଶେ ରେଡିମେଡି ପୋଷାକ ବିକ୍ରି କରିଥାନ୍ତି । ପାର୍ବଣ ସମୟରେ ସ୍ଥାନୀୟ ବଜାରକୁ ଲକ୍ଷ୍ୟ ରଖି କଟକ, ପୂରୀ ଜିଲ୍ଲା ସମେତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଛତିଶିଗଡ ଅଞ୍ଚଳର କିଛି ଫୁଟପାଥ ବ୍ୟବସାୟୀ ଆସି ପସରା ମେଲାଇ ଦେବା ସହ ବେପାର ଜମାଇଛନ୍ତି । ସ୍ଥାନୀୟ ସହରର ୫୯ ନଂ ଜାତୀୟ ରାଜପଥର ଉଭୟ ପ୍ୱାର୍ଶ୍ବ ସମେତ ଘୋଡାହାଡ ସେତୁ ନିକଟସ୍ଥ ଅଞ୍ଚଳ, ଖଣ୍ଡରା ଛକ, କଲେଜ ଛକ, ପେଟ୍ରୋଲ ପମ୍ପ ନିକଟସ୍ଥ ଅଞ୍ଚଳରେ ଫୁଟପାଥ ବ୍ୟବସାୟୀ ମାନେ ପସରା ମେଲାଇଛନ୍ତି । ୧ଶହ ଟଙ୍କାରୁ ଆରମ୍ଭ କରି ୫ଶହ ଟଙ୍କା ମଧ୍ୟରେ ବିଭିନ୍ନ ରକମର ପୋଷାକ ବିକ୍ରି କରାଯାଉଥିବା ଜଣାପଡିଛି । ବିଶେଷ କରି ନିକଟସ୍ଥ ଗ୍ରାମାଞ୍ଚଳର ଲୋକେ ଏଭଳି ପୋଷାକୁ କିଣି ନେଉଥିବା ନଜିର ରହିଛି । ପୂଜା ବଜାରରରେ ଭଲ ଦୁଇ ପଇସା ରୋଜଗାର ହେବ ବୋଲୀ ଫୁଟପାଥ ବ୍ୟବସାୟୀ ମାନେ ଆଶ ରଖିଛନ୍ତି । ବୋଲି ସ୍ଥାନୀୟ ଅଞ୍ଚଳକୁ ଆସିଥିବା ୧୦ରୁ ଉର୍ଦ୍ଧ୍ୱ ଫୁଟପାଥ ବ୍ୟବସାୟୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ