ରାସ୍ତାକଡ଼ ଗଛ କଟା ନେଇ ଉତେଜନା

ହିଂଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ୍): ହିଂଜିଳିକାଟୁ ଘୋଡ଼ାହାଡ଼ ପୋଲ ନିକଟରେ ଜାତୀୟ ରାଜପଥ ପାଶ୍ୱର୍ ଗଛକୁ ରବିବାର କିଛି ମହିଳା ବେନିୟମ ଭାବେ କାଟିବା ନେଇ ତ୍ରିରଙ୍ଗା ଯୁବକ ସଂଘ ଡ଼ିସକଭରୀ ହିଂଜିଳିକାଟୁ ସ୍ୱେଚ୍ଛାସେବୀ ପକ୍ଷରୁ ଆପତି ପ୍ରକାଶ ପାଇଛି   ବୁରୁପୋଡ଼ା ଗ୍ରାମର କିଛି ମହିଳା ଜାଳେଣୀ ସଂଗ୍ରହ ପାଇଁ ଗଛ କାଟିଥିବା ଅଭିଯୋଗ ହୋଇଛି ସ୍ୱେଚ୍ଛାସେବୀ ମାନେ ଏଥିନେଇ ହିଂଜିଳି ଥାନାକୁ ଖବର ଦେଇଥିଲେ ଖବରପାଇ ୨ଜଣ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଂଚିଥିଲେ ତାଗିଦ ପରେ ମହିଳାମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ପରେ ଖବର ପାଇ ଚେରମାରିଆ ରେଂଜ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି କଟା ଯାଇଥିବା ଗଛକୁ ଜବତ କରିଛନ୍ତି ପ୍ରକାଶ ଥାଉ କି, ତ୍ରିରଙ୍ଗା ଯୁବକ ସଂଘ ପକ୍ଷରୁ ଚଳିତ ବର୍ଷ ଚାରା ରୋପଣ ଗଛର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି ସଂଘର ସ୍ୱେଚ୍ଛାସେବୀ ମାନେ ବେଆଇନ ଗଛ କଟା ପ୍ରତି ସର୍ତକ ଦୃଷ୍ଟି ରଖିଛନ୍ତି ସଂଘ ଉପସଭାପତି ପ୍ରଭାତ ମହାରଣା, କିରଣ ପୃଷ୍ଟି, ପ୍ରଭୁଦତ ପାତ୍ର, କାହ୍ନୁ ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ