ରାସ୍ତାରୁ ଆବର୍ଜନା ଉଠାଇବା ସହ ନର୍ଦ୍ଧମା ସଫା କଲେ- ଜିଲ୍ଲାପାଳ

ହିଂଜିଳିକାଟୁ, (ଶେଷଦେବ ସାହୁ): ସ୍ୱଛ ଭାରତ ମିଶନ ଆନୁକୂଲ୍ୟରେ ହିଂଜିଳିକାଟୁ ପୌରାଂଚଳ ପକ୍ଷରୁ ଘରକୁ ଘର ବୁଲି ଆର୍ବଜନା ସଂଗ୍ରହ ଓ ପୃଥିକୀକରଣ ସକାଶେ ଏକ କାର୍ଯ୍ୟକ୍ରମ  ବୁଧବାର ପୁର୍ବ।।ହ୍ନରେ  ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ  ଅଶୋକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗେଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ପୌରପରିଷଦ କାର୍ଯ୍ୟାଳୟରୁ ଏକ ର‌୍ୟାଲିରେ ବାହାରି ପୌରାଂଚଳର ୫ ନଂ ୱାର୍ଡ଼ ପାଟଣା ସାହି, ପରିବା ବଜାର ଦେଇ ବିଜୁ ପଟ୍ଟନାୟକ ଛକରେ ପଂହଚିଥିଲେ । ପୌର ପରିଷଦ ପକ୍ଷରୁ ପ୍ରତ୍ୟେକ ଘରକୁ ପ୍ରଦାନ କରାଯାଇଥିବା ଡ଼ଷ୍ଟବିନରେ ପୃଥକ ପୃଥକ ଭାବେ ଓଦା ଓ ଶୁଖିଲା ଆବର୍ଜନାକୁ ମଇଳା ସଂଗ୍ରହ ଗାଡ଼ିରେ ପ୍ରତ୍ୟେହ ଦିନ ଦିଆଯାଉଛି କି ନାହିଁ ପଚାରି ବୁଝିଥିଲେ । ରାସ୍ତାରେ ପଡ଼ିଥିବା ଆବର୍ଜନା ଓ ସାହି ବସ୍ତିର ନର୍ଦ୍ଧମା ଅପରିଷ୍କାର ହୋଇଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଗଂଜାମ ଜିଲ୍ଲାପାଳ କୁଲାଙ୍ଗେ ନିଜେ ରାସ୍ତାରୁ ଆବର୍ଜନା ଉଠାଇବା ସହ କୋଡ଼ି ଧରି ନାଳରୁ ନର୍ଦ୍ଧମା ବାହାର କରିଥିଲେ । ହିଂଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମକୁ ସ୍ୱଛ ଓ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ଜନସାଧାରଣଙ୍କ ସହଯୋଗ ଏବଂ ଜନସଚେତନତା ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ତ୍ରିରଙ୍ଗା ଯୁବକ ସଙ୍ଘ, ଡ଼ିସକଭରି, ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ, ବୃନ୍ଦାବନ  ବିଦ୍ୟାପିଠ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିକ୍ଷାର୍ଥୀ ଓ ବହୁ ସ୍ୱେଛାସେବୀ ଅନୁଷ୍ଠାନର ସଦସ୍ୟ ହାତରେ ବ୍ୟାନର ଧରି ଓ ସ୍ଳୋଗାନ ଦେବା ସହ ଲିଫଲେଟ ପ୍ରଦାନ ପୂର୍ବକ ସ୍ୱଛତା ନେଇ ଜନସଚେତନତା ସୃଷ୍ଟି କରିଥିଲେ । ଆଗାମୀ ଦିନାରେ ସପ୍ତାହର ଗୋଟିଏ ଦିବସରେ ଗୋଟିଏ ଲେଖାଏଁ ୱାର୍ଡ଼ରୁ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପଣ୍ଡା କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ହିଂଜିଳିର ପୂର୍ବତନ ବିଧାୟକ ହରିହର ସାହୁ, ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଏଡ଼ିଏମ ଲକ୍ଷ୍ମୀକାନ୍ତ ସେଠି, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୌରାଂଜଳ  ବିଜେଡ଼ି ସଭାପତି ଭୀମସେନ ବେହରା,  ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଯୋଗାଣ ନିରୀକ୍ଷକ ଶରତ ବେହେରା, ବିଜୁ ଯୁବ ବାହୀନି ସଂଯୋଜିକା ରାଜ କୁମାରୀ ମଲ୍ଲିକ, ଲକ୍ଷ୍ମୀ ନୃସିଂହ ବଣିକ ସଙ୍ଘ ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ, ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗବାନ ମହାନ୍ତି , ବୃନ୍ଦାବନ ବିଦ୍ୟାପିଠର ସହକାରୀ  ଶିକ୍ଷକ ନିକୁଂଜ ପ୍ରଧାନ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପାଢି,  ତ୍ରିରଙ୍ଗା ଯୁବକ ସଙ୍ଘ ସଭାପତି ରଂଜନ କୁମାର ସାହୁ , ପ୍ରଭାତ ମହାରଣା, ଡ଼ିସକଭରି ସଂଯୋଜକ  କାହ୍ନୁ ପଣ୍ଡା, ପୂର୍ବତନ କାଉନସିଲର ଯୁଧିଷ୍ଟିର ସ୍ୱାଇଁ,ମାନସ ରଂଜନ ବେହେରା,  କେରାମଣି ରାଉଳ, ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ ମିଶ୍ର, ସହରର ବହୁ ବୁଦ୍ଧିଜୀବି, ଜନସାଧାରଣଙ୍କ ସମେତ ପୌର ପରିଷଦର କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ