ରାସ୍ତାରୁ ଗାଈଗୋରୁଙ୍କୁ ହଟାଇବା ପାଇଁ ପୈାରସଂସ୍ଥାର ପଦକ୍ଷେପକୁ ପ୍ରସଂଶା
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ପୈାରାଞ୍ଚଳର ରାସ୍ତାଘାଟରେ ଅନେକ ସମୟରେ ଛିଡାହୋଇ କିମ୍ବା ଶୋଇ ପଥଚାରୀ ଓ ରାସ୍ତାରେ ଯାଉଥିବା ଗାଡି ଗୁଡିକୁୁ ଅସୁବିଧାରେ ପକାଉଥିବା ଗାଈଗୋରୁଙ୍କୁ ରାସ୍ତା ଉପରୁ ହଟାଇବା ପାଇଁ ପୈାରସଂସ୍ଥା ପଦକ୍ଷେପ ଗ୍ରହଣ କରିଛି । ପ୍ରଥମେ ଡାକବାଜି ଯନ୍ତ୍ର ଦ୍ୱାରା ସହରରେ ପ୍ରଚାର କରାଯାଇ ଲୋକମାନଙ୍କୁ ରାସ୍ତା ଉପରକୁ ସେମାନଙ୍କ ଗାଈଗୋରୁଙ୍କୁ ନଛାଡିବାକୁ ସଚେତନ କରାଯାଇଥିବା ବେଳେ ପରେ ଏହି ନିୟମକୁ ଯଦି ନମାନି କେହି ରାସ୍ତା ଉପରକୁ ଗାଈଗୋରୁଙ୍କୁ ଛାଡନ୍ତି ତେବେ ସେଥି ନିମନ୍ତେ ସେମାନଙ୍କୁ ଜୋରିମାନା ଦେବାକୁ ପଡିବାର ସମ୍ଭାବନା ରହିଛି । ପୈାରସଂସ୍ଥାର ଏଭଳି ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥରକ୍ଷା କାର୍ଯ୍ୟ ନିମନ୍ତେ ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କୁ ପ୍ରସଂଶା କରିବା ସହ ସମାଜସେବୀ ଇମ୍ମତିଆଜ ଅଲ୍ଲୀ ସାଧୁବାଦ ମଧ୍ୟ ଜଣାଇଛନ୍ତି । ଏଥିସହିତ ଆଗାମୀ ଦିନରେ ସହରବାସୀଙ୍କ ବିଭିନ୍ନ ମୈାଳିକ ସମସ୍ୟାର ସମାଧାନ ଦିଗରେ ପୈାର ନିର୍ବାହୀ ଅଧିକାରୀ ଶ୍ରୀ ବଳ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।