ରାସ୍ତାରୁ ମାଡମାରି ଗାଡି ଛଡାଇନେଲେ, ୩ମାସ ହେଲା ଅଭିଯୋଗ ହୋଇଥିଲେବି ଫଳ ଶୁନ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ହାବଳେଶ୍ୱର ଶାଳଣିଆଁ ରାସ୍ତାର ମଙ୍ଗରାଜପୁର ନିକଟରେ ଜଣେ ବାଇକ ଆରୋହୀଙ୍କୁ ମାଡମାରି ବାଇକ ଛଡାଇ ନେବାର ୩ମାସ ବିତିଯାଇଥିଲେବି ପୁଲିସ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆଜି ପୁନର୍ବାର ଆସି ନନ୍ଦିପଦା ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗକାରୀ ଶୁଭଦ୍ରା ସିଂଙ୍କ ଅଭିଯୋଗ ଅନୁଯାଇ ଗତ ତିନିମାସ ପୁର୍ବେ ଶୁଭଦ୍ରା ଓ ତାର ବାପା ଉମାକାନ୍ତ ସିଂ ହାବଳେଶ୍ୱରରୁ ଶାଳଣିଆଁ ଡାକ୍ତରଖାନା ଆସୁଥିବାବେଳେ ମଙ୍ଗରାଜପୁର ନିକଟରେ ନିର୍ମଳ କୁମାର ନାୟକ ନାମକ ଜଣେ ବ୍ୟକ୍ତି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ବାପ ଝିଅଙ୍କୁ ଧକ୍କା ମାରି ଜୀବନରେ ମାରିଦେବାକୁ ଧମକ ଦେଇ ତାଙ୍କ ଓଡି୩୪ସି-୪୩୫୯ ନମ୍ବର ବିଶିଷ୍ଟ ହିରୋ ବାଇକଟିକୁ ଛଡାଇ ନେଇଥିଲା । ସେହି ଗାଁର ଅନେକ ଲୋକ ଏହାକୁ ଦେଖିଥିଲେ ମଧ୍ୟ ଭୟରେ କେହି ପାଟି ଖୋଲି ନଥିଲେ । ବାପ ଝିଅ ଥାନାକୁ ଆସି ସେହିଦିନ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅଭିଯୋଗ ରଖି ତାଙ୍କୁ ଡକାଇଥିଲା । ମାତ୍ର ସେ ଆଉ ଧରାଛୁଆଁ ଦେଇ ନଥିଲା । ଫଳରେ ପୁଲିସ ଚୁପ ହୋଇ ବସିଯାଇଥିଲା । ଆଜକୁ ତିନିମାସ ବିତିଯାଇଥିଲେ ମଧ୍ୟ ଉମାକାନ୍ତ ଓ ତାଙ୍କ ଝିଅ ନ୍ୟାୟ ନପାଇବାରୁ ଆଜି ବାଧ୍ୟହୋଇ ତାଙ୍କ ଝିଅ ଶୁଭଦ୍ରା ଆସି ନନ୍ଦିପଦା ଥାନାରେ ଅଭିଯୋଗ କରିବାସହ ନ୍ୟାୟ ପାଇଁ ଥାନା ବାରଣ୍ଡାରେ ବସି ରହିଛି । ଯଦି ଜଣେ ବ୍ୟକ୍ତି ନ୍ୟାୟ ପାଇଁ ଥାନାରେ ତିନିମାସ ଅପେକ୍ଷା କରିବ ତେବେ ଲୋକମାନେ ଥାନାରୁ କି ନ୍ୟାୟ ପାଇବେ ଓ ପୁଲିସ ଉପରେ ଲୋକମାନେ କିପରି ଆସ୍ଥା ପ୍ରକଟ କରିବେ ତାହା ଏହି ଘଟଣାରୁ ସହଜରେ ଅନୁମେୟ କରିହେଉଛି । ଜିଲ୍ଲା ଏସପି ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଯୋଗକାରୀ ଶୁଭଦ୍ରା ସିଂ ଓ ଉମାକାନ୍ତ ସିଂ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ