ରାସ୍ତାରୁ ମିଳିଲା ଗୋଡ଼ ବନ୍ଧା ହାଇଥିବା ୯୦ କୁକୁରଙ୍କ ମୃତଶରୀର, ମାମଲା ରୁଜୁ

ମୁମ୍ବାଇ: ମହାରାଷ୍ଟ୍ରର ବୁଲଧାନା ଜିଲ୍ଲାରେ ଗୋଡ଼ ଓ ଥୋମଣି ବନ୍ଧା ହାଇଥିବା ଅନ୍ୟୂନ ୯୦ଟି ମଲା ବୁଲାକୁକୁର ମିଳିଥିବା ହୋଇଥିବା କଥା ରବିବାର ଦିନ ପୁଲିସ କହିଛି । ଗୁରୁବାର ସନ୍ଧ୍ୟା ବେଳେ ସେ ମଲା କୁକୁରଗୁଡ଼ିକୁ ପୂର୍ବ ମହାରାଷ୍ଟ୍ର ଜିଲ୍ଲାର ଅରଣ୍ୟାଞ୍ଚଳ ଅନ୍ତର୍ଗତ ଗିର୍ଦା-ସବାଲଦାବରା ରାସ୍ତାର ବିଭିନ୍ନ ସ୍ଥାନରେ ଫିଙ୍ଗା ଯାଇଥିଲା ବୋଲି ଜଣେ ସରକାରୀ କର୍ତ୍ତୃପକ୍ଷ କହିଛନ୍ତି । ସେ କହିଛନ୍ତି: ରାସ୍ତା ପାଶ୍ୱର୍ର ପାଞ୍ଚଟି ସ୍ଥାନରେ ୧୦୦ରୁ ଅଧିକ କୁକୁର ପଡ଼ିଥିବାର ଦେଖାଯାଇଥିଲା । ସେମାନଙ୍କ ମଧ୍ୟରୁ ୯୦ଟି ମରିଯାଇଥିବା ବେଳେ ଆଉ କେତୋଟି ବଞ୍ଚିଥିଲେ । ସେ ଅଞ୍ଚଳରୁ ଉକ୍ରଟ ଦୁର୍ଗନ୍ଧ ଆସିବାରୁ ଘଟଣାଟି ଲୋକଲୋଚନକୁ ଆସିଥିଲା । ଗ୍ରାମାବାସୀ ଗାଁ ଚୌକିଦାରକୁ କହିବା ପରେ ବନ ବିଭାଗକୁ ସୂଚନା ଦିଆଯାଇଥିଲା । ପୁଲିସ କର୍ମଚାରୀ ଏବଂ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବଞ୍ଚିଥିବା କୁକୁରଗୁଡ଼ିକୁ ବନ୍ଧନ ମୁକ୍ତ କରିଥିଲେ । ଜଣେ ଫରେଷ୍ଟ୍ ଗାର୍ଡ ଅଭିଯୋଗ ଦାଏର କରିବା ପରେ ଅଜ୍ଞାତ ହତ୍ୟାକାରୀଙ୍କ ବିରାଧରେ “ପ୍ରିଭେନ୍ସନ୍ ଅଫ୍ କ୍ରୁଏଲ୍ଟି ଟୁ ଆନିମଲ୍ ଆକ୍ଟ, ୧୯୬୦ ଏବଂ ଆଇପିସି ଆଧାରରେ ରବିବାର ଦିନ ମାମଲା ରୁଜୁ କରାଯାଇଛି । ଶବ ବ୍ୟବଚ୍ଛେଦ ରିପାର୍ଟ ଆସିବା ପରେ କୁକୁରଗୁଡ଼ିକର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି । ପୁଲିସର ସନ୍ଦେହ ହେଉଛି କି, ସହରାଞ୍ଚଳରୁ କୁକୁରଗୁଡ଼ିକୁ ଧରାଯାଇ ହତ୍ୟା କରାଯିବା ପରେ ମଢ଼ଗୁଡ଼ିକୁ ଜଙ୍ଗଲିଆ ଅଞ୍ଚଳରେ ଫିଙ୍ଗିଦିଆଯାଇଛି । ଏ ସଂକ୍ରାନ୍ତରେ କୁକୁର ଧରାଳିମାନଙ୍କୁ ପଚରା ଉଚୁରା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ