ରାସ୍ତାରେ ଉପରେ ପଡିଛି କେବୁଲ ତାର

ପାରାଦ୍ୱୀପ (ପୀତବାସ ପ୍ରଧାନ) : ବନ୍ଦର ସହର ପାରାଦ୍ୱୀପରେ କେବୁଲ ନେଟୱାର୍କ ଓ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେଉଥିବା ଓରଟେଲ୍ କମ୍ୟୁନି କେସନର ସେବା ବିପର୍ଯ୍ୟସ୍ତ ହୋଇପଡିଲାଣି । ପଇସା ପ୍ରତ୍ୟେକ ମାସରେ ଦେଇବି ଗ୍ରାହକ ହନ୍ତସନ୍ତ ହେଉଥିôବା ଦେଖିବାକୁ ମିଳୁଛି । ପ୍ରତ୍ୟେକ ମାସରେ କେନ୍ଦ୍ର ସରକାରଙ୍କ କେବୁଲ ଟିଭି ଗାଇଡ୍ ଲାଇନକୁ ଉଲ୍ଲଂଘନ କରି ଓରଟେଲ ସଂସ୍ଥା ଦେୟ ବଢେଇ ଚାଲିଛି । ଗତ ଅମ୍ଫାନ ବାତ୍ୟା ପରେ ବନ୍ଦର ସହର ସାରା ଓରଟେଲ ସଂସ୍ଥା ର କେବୁଲ ଛିଣ୍ଡି ରାସ୍ତାରେ ପଡିଛି । ସଂପୂର୍ଣ୍ଣ ବିଫଳ ହୋଇଛି । ଦୀର୍ଘ ଦିନ ଧରି ପାରାଦ୍ୱୀପରେ ଓରଟେଲ୍ ସଂସ୍ଥା ତାର ବ୍ୟବସାୟ ଚଳେଇ ଆସୁଛି । କିଛି ବର୍ଷ ପୂର୍ବ ଏହି କେବୁଲ ପ୍ରସାରଣ ନିମନ୍ତେ ଟେଣ୍ଡର ହୋଇଥିଲା । ଅନ୍ୟ ଏକ କେବୁଲ ପ୍ରସାରଣ ସଂସ୍ଥା ମଂଥନ କେବୁଲ ପ୍ରସାରଣ ସଂସ୍ଥା ଏହାର ଅଧିକାର ପାଇଥିଲା । ହେଲ ପୂର୍ବରୁ କାମ କରୁଥିବା ଓରଟେଲ ସଂସ୍ଥା ଦ୍ୱାରା ହଇରାଣ ହୋଇ ପାରାଦ୍ୱୀପ ଥାନାରେ ଅଭିଯୋଗ କରିଥିଲା ମଂଥନ ସଂସ୍ଥା । ସମସ୍ୟା ଏତେ ମାତ୍ରାରେ ବଢିଗଲା ଯେ ବାଧ୍ୟହୋଇ ମଂଥନ ପାରାଦ୍ୱୀପ ଛାଡି ପଳେଇଗଲା । ଏହା ପରେ ପୁଣି ବ୍ୟବସାୟ ଆରମ୍ଭ କଲା ଓରଟେଲ୍ ବନ୍ଦର କର୍ମଚାରୀଙ୍କ ଦରମାରୁ ସିଧାସଳଖ ଦେୟ ପାଉଥିବା ଓରଟେଲ ସଂସ୍ଥା ଅନ୍ୟ ଘର, ଦୋକାନ, ଅଫିସ୍ ମାନଙ୍କୁ ନିଜ କର୍ମଚାରୀ ମାନଙ୍କ ଦ୍ୱାରା ମାସିକ ଦେୟ ଆଦାୟ କରୁଥିବା ବେଳେ ଅଳ୍ପ ସଂଖ୍ୟକ ଚ୍ୟାନେଲ ପ୍ରଦର୍ଶନ କରୁଛି । ତାହା ମଧ୍ୟ ଫ୍ରିଟ୍ ଏୟାର ଚ୍ୟାନେଲ ଅଧିକ । ନାମିଦାମୀ ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ଟଙ୍କା ଦେବାକୁ ପଡିବ । ସେଥିପାଇଁ ଅନେକ ଅନାମ ଧ୍ୟେୟ ଚ୍ୟାନେଲ ଯାହାକି ଦେୟମୁକ୍ତ ତାକୁ ପ୍ରସାରଣ କରି ଅର୍ଥ ଉପାର୍ଜନ କରୁଛି । ତୁରନ୍ତ ଏହାକୁ ବନ୍ଦ କରି ନୂଆ କେବୁଲ ପ୍ରସାରଣ ସଂସ୍ଥାକୁ ନିୟୋଜନ କରିବାକୁ ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ