ରାସ୍ତାରେ ଖାଲ ପ୍ରଶାସନ ନିରବଦ୍ରଷ୍ଟା
ଜଟଣୀ,(ୱାଏନଏସ):ଜଟଣୀର ରାଜା ବଜାର ଠାରୁ ଆରମ୍ଭ କରି ସର୍ଦାର ପଟେଇ ମାର୍ଗର ବାଲିଛକ ମୁଣ୍ଡିଆସାହି ରାସ୍ତା ଚାରିଛକ ରାସ୍ତାରେ ବିରାଟ ବିରାଟ ଖାଲ ହୋଇଥିବାରୁ ଜଟଣୀବାସୀଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଲୋକମାନେ ପୌର ପ୍ରଶାସନକୁ ଅଭିଯୋଗ କରିଥିଲେ ହେଲେ ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଜଟଣୀ ପୌର ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବାରୁ ଲକ୍ଷ୍ୟ କରାଯାଇଛି । ସେହିପରି ଏହି ରାସ୍ତା ନିର୍ଦମାକୁ ଲାଗିରହିଥିବାରୁ ଉକ୍ତ ଖାଲରେ ପଡି ଲୋକେ ଖଣ୍ଡିଆ ଖାବରା ହେଉଥିବାବେଳେ ଖାଲକୁ ସମତୁଲ କରାଯାଉନାହିଁ । ଜଟଣୀ ସହରର ମୁଖ୍ୟ ରାସ୍ତା ରାଜାବଜାର ଓ ସର୍ଦାର ପଟେଇ ମାର୍ଗ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ଜଟଣୀ ସରକାରୀ ବାଳିକା ବିଦ୍ୟାଳୟରାସ୍ତାରୁ ଏହି ରାସ୍ତାଦେଇ ଶହଶହ ଲୋକ ଯାତାୟତ କରୁଛନ୍ତି । ସଂକୀର୍ଣ୍ଣ ରାସ୍ତା ଓ ରାସ୍ତାରେ ଖାଲ ଲୋକଙ୍କ ଯାତାୟତରେ ବିପଦ ସୃଷ୍ଟି କରିଥିବାରୁ ପୁନଃ ଅଭିଯୋଗ କରିଛନ୍ତି ଜଟଣୀବାସୀ । ଭକ୍ତ ରାସ୍ତାକୁ ମରାମତି କରିବା ଲାଗି ଦାବିକରାଯାଇଛି ।