ରାସ୍ତାରେ ଚାଲିଗଲା ଚାଷୀଙ୍କ ପ୍ରାଣବାୟୁ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ଥାନା ଅନ୍ତର୍ଗତ ଝାଟିକା ପଲ୍ଲୀ ଗ୍ରାମର ଜଣେ ଚାଷୀ କ୍ଷେତକୁ ଯାଇ ବଳଦ ପାଇଁ ଘାସ କାଟି ଫେରିବା ବେଳେ ବାରିକ ପଲ୍ଲୀ ନିକଟରେ ରାସ୍ତା ଉପରେ ମୃତ୍ୟୁ ମୁଖରେ ପଡିଥିବା ଜଣାପଡିଛି। ଝାଟିକାପଲ୍ଲୀ ଗ୍ରାମର ଚାଷୀ ଦୀନବନ୍ଧୁ ପ୍ରଧାନ କ୍ଷେତକୁ ଯାଇ ଘାସ କାଟି ନିଜର ସାଇକେଲରେ ଘାସ ବୋଝେଇ କରି ଘରକୁ ଫେରିବା ବାଟରେ କୌଣସି କାରଣ ଯୋଗୁଁ ସାଇକେଲରୁ ରାସ୍ତା ଉପରେ ପଡିବା ଯୋଗୁ ପ୍ରାଣବାୟୁ ଉଡିଯାଇଥିଲା। ପରିବାର ଲୋକେ ଜାଣିବା ପରେ ବୁଗୁଡା ମେଡିକାଲକୁ ଚିକିତ୍ସା ପାଇଁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବୁଗୁଡା ଥାନା ପୋଲିସ ମରଶରୀର ଜବତ କରି କେଶ ନଂ ୩୪/୨୦ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ