ରାସ୍ତାରେ ଛାତ୍ରୀଙ୍କୁ ଆକ୍ରମଣ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଶୁକ୍ରବାର ବନ୍ତ ଥାନା ଅଧିନ ବାଙ୍ଗୋରପଦୀ ସ୍କୁଲ ଛକ ନିକଟରେ ଛାତ୍ରୀ ଜଣକ ଟିୟୁସନ ସାରି ଘରକୁ ଫେରୁଥିବା ସମୟରେ ଜଣେ ଛାତ୍ରୀଙ୍କୁ ଦୁଇ ଜଣ ଯୁବକ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଆକ୍ରମଣ କରିଥିବା ନେଇ ଶୁକ୍ରବାର ବନ୍ତ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ବାଙ୍ଗୋରପଦୀ ସ୍କୁଲ ଛକ ନିକଟରେ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କୁ ଅଟକାଇ ଦୁର୍ବ୍ୟହାର କରିବା ସହିତ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ଛାତ୍ରୀଙ୍କର ଦୁଇ ହାତ ଓ ପେଟ କ୍ଷତାକ୍ତ ହୋଇଥିଲା । ଛାତ୍ରୀଙ୍କ ଚିତ୍କାର ଶୁଣି ନିକଟସ୍ଥ ପୋଲ ପାଖରେ ଥିବା କେହି ବ୍ୟକ୍ତି ଟର୍ଚ୍ଚ ଲାଇଟ ପକାଇବାରୁ ଯୁବକ ମାନେ ଦୌଡି ପଳାଇ ଯାଇଥିଲେ । ପରେ ଛାତ୍ରୀ ଜଣକ ସଂପୃକ୍ତ ଯୁବକଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ।


