ରାସ୍ତାରେ ଦବିଯାଇଥିବା ଟ୍ରକ
ହିଂଜିଳିକାଟୁ (ଯୁଗାବ୍ଦ ନ୍ୟୁଜ୍) : ପୂର୍ତ ବିଭାଗ ପକ୍ଷରୁ ସମରଝୋଳ – କଂଚୁରୁ ରାସ୍ତାର ୨କିମି ରାସ୍ତା ପାଇଁ ପ୍ରାୟ ୧କୋଟି ୬୦ଲକ୍ଷ ଟଙ୍କା ଅଟକଳ କାମରେ ବ୍ୟାପକ ମନମାନୀ ଓ ଅନିୟମିତତା ଅଭିଯୋଗ ହୋଇଛି । ୨କିମି ରାସ୍ତା ପ୍ରଶସ୍ତୀକରଣ, ରିଟେନିଂ ୱାଲ, ପିଚୁକାମ ସହ ରାସ୍ତାର ଦୁଇ ପାଶ୍ୱର୍ରେ ଫେଭର ବ୍ଲକ କାମ ରହିଛି । ତେବେ ଗୁରୁବାର ଦିନ ଏକ ଟ୍ରକର ଆଗ ଚକ କଂଚୁରୁ ଡ଼ାକ୍ତରଖାନା ସାମ୍ନାରେ ନିର୍ମାଣ ସରିଥିବା ଫେଭର ବ୍ଳକ ରାସ୍ତାରେ ଯିବା ବେଳେ ଏହାର ଏକ ଚକ ପ୍ରାୟ ୨ଫୁଟ ଗଭୀରକୁ ଗଳି ପଡ଼ିଥିଲା । ଫଳରେ ଟ୍ରକର ଚକ ପଦାକୁ ବାହାରି ପାରି ନଥିଲା । ଏହି ଘଟଣା ପରେ ଉକ୍ତ କାମର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ଉଠିଛି । ନିମ୍ନ ମାନର କାମ ପଦାରେ ପଡ଼ିବା ଭୟରେ ତରବରିଆ ଭାବେ ଟ୍ରକକୁ ହଟା ଯାଇଛି । ତେବେ ଉକ୍ତ ରାସ୍ତା କାମ ସଂମ୍ପୂର୍ଣ୍ଣ ହୋଇ ନାହିଁ । ଦବି ଯାଇଥିବା ଅଂଶକୁ ପୁରି ଥରେ ନିର୍ମାଣ ପାଇଁ ଠିକାଦାରକୁ କୁହାଯାଇଛି ବୋଲି ସଫେଇ ଦେଇ କହିଛନ୍ତି ହିଂଜିଳିକାଟୁ ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ ଲଡ଼ୁ କିଶୋର ପଣ୍ଡା । ଅଂଚଳର ବିଭିନ୍ନ ବିଭାଗ ପକ୍ଷରୁ ନିର୍ମାଣ କାର୍ୟ୍ୟ ଗୁଡ଼ିକରେ ବ୍ୟାପକ ଅନିୟମିତତା ପଦାରେ ପଡ଼ୁଛି । ଖୋଦ ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ‘୫-ଟି’ କାର୍ୟ୍ୟକାରିତା ନେଇ ସାଧାରଣରେ ଉଠିଛି ବିରାଟ ପ୍ରଶ୍ନ । କେବଳ ବିରୋଧୀ ନୁହନ୍ତି ନିଜ ଦଳର ନେତା ମାନେ ମଧ୍ୟ ବିଭିନ୍ନ କାମରେ ଅନିୟମିତତା ପ୍ରସଙ୍ଗ ଉଠାଇ ବିଭାଗୀୟ ଅଧିକାରୀଙ୍କ ସହ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଫଳରେ କାମରେ ଅନିୟମିତତା ହେଉଥିବା ଅଭିଯୋଗ କରୁଛନ୍ତି ।