ରାସ୍ତାରେ ପରିବା ବିକୁଥିବା ସମୟରେ ମାଡ଼ିଗଲା ଗାଡି , ଦୁଇ ମୃତ୍ୟୁ , ଦୁଇ ଗୁରୁତର
ଗଞ୍ଜାମ, (ବିନୋଦ ପଲାଇ):ଜାତୀୟ ରାଜପଥ(୧୬ )ରମ୍ଭା ସହର ବିରୁଳିଗଡ଼ ରାସ୍ତାରେ ଏକ ଗାଡି ଏକ ମୋଟର ସାଇକେଲକୁ ଧକ୍କାଦେଇ ଭାରସାମ୍ୟ ହରାଇ ପନିପରିବା ବିକୁଥିବା ବିକାଳୀଙ୍କ ଉପରେ ଚଢିଯିବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ପରେ ମେଡ଼ିକାଲ ରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ଉତ୍ତକ୍ତ ଲୋକ ଜାତୀୟ ରାଜପଥକୁ ଏକ ଘଣ୍ଟା ଧରି ଅବରୋଧ କରିଥିଲେ।ବିରୁଳିଗଡ଼ ଛକ ନିକଟସ୍ଥ ଓଭର ବ୍ରିଜ ନିକଟରେ ଏକ ଏକ୍ସଲ ମୋଟରସାଇକେଲ(ଓଡ଼ି ୦୭ ଆର ୨୬୩୪) କୁ ପଛପଟୁ ଦ୍ରୁତଗାମୀ ଟାଟାଏସି (ଓଡ଼ି ୦୭ ଏପି ୦୧୩୯) ଧକ୍କା ଦେବା ଫଳରେ ଭାରସମ୍ୟ ହରାଇ ରାସ୍ତାକଡରେ ବିକ୍ରି କରୁଥିବା ପାରିବା ବିକାଳୀଙ୍କ ଉପରେ ଗାଡି ମାଡିଯାଇଥିଲା।ଫଳରେ ପାରିବା ବିକାଳୀ ରମ୍ଭା ମିଞ୍ଚିଣିପାଟଣାର ଏସ.ଲକ୍ଷ୍ମୀ ପାତ୍ର(୩୫)ଙ୍କ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ସ୍ୱାମୀ ଲାଛମେୟା ପାତ୍ର (୪୧) ଗୁରୁତର ଆହତ ହୋଇଥିଲେ। ସେହିପରି ଏକ୍ସଲର ଦୁଇ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ , ସେମାଙ୍କ ମଧ୍ୟରୁ ମମତା ସାହୁ (୪୦) ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ଘର ପୋଲସରାର ବୋଲି ଜଣାପଡିଛି ମୃତ୍ୟୁ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ରମ୍ଭା ପୋଲିସ ଆଇଆଇସି ପି.ସ୍ୱରୂପ କିଷାନ , ଏସ.ଆଇ ବିକାଶ କୁମାର ସାମଲ,ଏଏସ.ଆଇ ଛବିରାଣୀ ନାୟକ ପହଞ୍ଚି ଗୁରୁତର ବ୍ୟକ୍ତିମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡ଼ିକାଲକୁ ପଠାଇଥିଲେ।ପରେ ଘଟଣା ସ୍ଥଳକୁ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ,ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ ,ଖଲ୍ଲିକୋଟ ଆଡ଼ସିନାଲ ତହସିଲଦାର ଜ୍ୟୋର୍ତିମୟୀ ଦାଶ, ଛତ୍ରପୁର ଏସଡିପିଓ ଗୌତମ କିଷାନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ଦିଆଯିବ ବୋଲି କହିବା ପରେ ରାସ୍ତା ଅବରୋଧରୁ ହଟିଥିଲେ ଉତ୍ତକ୍ତ ଲୋକେ। ବୁରୁଡ଼ି ଆର.ଆଇ ସୀତାରାମ ସାହୁ ,ରମ୍ଭା ଆର.ଆଇ ଉଦିତ କୁମାର ଯାଦବ ଉପସ୍ଥିତ ଥିଲେ।