ରାସ୍ତାରେ ପିଆଜ ବର୍ଷା
ଅହମ୍ମଦାବାଦ : ପିଆଜ ଏବେ ମହଙ୍ଗା । ଆଉ ଯଦି ମାଗଣାରେ ମିଳିବ ଯେ କେହି ନେବା ପାଇଁ ଦୌଡିବ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ରାଜକୋଟ୍ ଜିଲ୍ଲା ସ୍ଥିତ ଭୋଜପୁରା ଗ୍ରାମର ଜାତୀୟ ରାଜପଥ ଉପରେ । ହଠାତ୍ ରାଜପଥ ଉପରେ ବିଚ୍ଛେଇ ହୋଇପଡିଥିଲା ପିଆଜ । ବୁଢାଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାମାନେ ଲାଗିପଡିଥିଲେ ପିଆଜ ଗୋଟାଇବାରେ । ରାସ୍ତାରେ ଯାଉଥିବା ଅନ୍ୟ ଗାଡିଚାଳକମାନେ ଗାଡ଼ି ରୋକି ମଧ୍ୟ ଗୋଟାଇବାରେ ଲାଗିଥିଲେ ପିଆଜକୁ । ମିଳିଥିବା ସୂଚନା ଅନୁସାରେ ଏକ ଟ୍ରକ୍ରେ ପିଆଜ ମନ୍ଦିରକୁ ଯାଉଥିଲା । ମାତ୍ର ବାଟରେ ଟ୍ରକରୁ ପିଆଜ ଗଳିବା ଆରମ୍ଭ ହୋଇଥିଲା । ରାସ୍ତା ସାରା ବିଚ୍ଛେଇ ହୋଇ ପଡୁଥିଲା ପିଆଜ । ଅଖା ବସ୍ତାରୁ ପିଆଜ ଗଳୁଥିବା ବିଷୟ ଜାଣିପାରିନଥିଲେ ଡ୍ରାଇଭର ଜଣଙ୍କ । ମନ୍ଦିର ମାଲିକଙ୍କ କହିବା ଅନୁସାରେ ପାଖାପାଖି ୩୦୦ କିଲୋରୁ ଅଧିକ ପିଆଜ ରାସ୍ତାରେ ପଡିଯାଇଥିଲା ।


