ରାସ୍ତାରେ ବାଡ ବୁଜିବାକୁ କେନ୍ଦ୍ରକରି ଆକ୍ରମଣ : ଥାନାରେ ମାମଲା ରୁଜୁ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ସଢ଼ା ପଞ୍ଚାୟତ ମିଠିଗାଁ ଗ୍ରାମରେ ବାଡ ବୁଜାକୁ କେନ୍ଦ୍ରକରି ଜଣେ ମହିଳାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ସୋସୋ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗ୍ରାମର ରବିନ୍ଦ୍ର ଦାସଙ୍କ ଘରବାଡିକୁ ଲାଗି ନାହା ମିଠିଗାଁ ରାସ୍ତାଟି ଯାଇଛି । ରବିନ୍ଦ୍ରଙ୍କ ପରିବାର ଲୋକେ ସେହି ରାସ୍ତାଦେଇ ବାହାରକୁ ବାହାରନ୍ତି । କିନ୍ତୁ ଗ୍ରାମର ବିଜୟ ଧଳ ସେହି ରାସ୍ତାଟିକୁ ବାଡ ବୁଜିବାରୁ ରବିନ୍ଦ୍ରଙ୍କ ପତ୍ନୀ ରମାମଣୀ ଦାସ ଏହାର ବିରୋଧ କରିଥିଲେ । ଫଳରେ ବିଜୟ ଓ ତାଙ୍କ ସଙ୍ଗରେ ଥିବା ବ୍ୟକ୍ତି ମାନେ ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରି ଧକ୍କାମାରି ତଳେ ପକାଇଦେବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ରମାମଣୀ ଦାସ ସୋସୋ ଥାନାରେ ଅଭିଯୋଗ କରିବାପରେ ସୋସୋ ପୁଲିସ ଥାନା କେସନଂ୩/୨୦୨୨ ଦଫା ୨୯୪/୫୦୬/୩୫୪/୩୨୩/ ୩୪ଆଇପିସିରେ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି ।


