ରାସ୍ତାରେ ଯାଉଥିବା ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୁଲିସ ଟିମ୍

ଛତ୍ରପୁର, (ଓ୍ବାଇଏନ୍ଏସ୍):ଲକ୍ ଡାଉନ୍ ଯୋଗୁଁ କଳ କାରଖାନା ବନ୍ଦ ହୋଇଗଲାଣି । ଏଣୁ ଗୋଟିଏ ରାଜ୍ୟରୁ ଯାଇ ଅନ୍ୟ ଏକ ରାଜ୍ୟରେ ଦାଦନ ଖଟୁଥିବା ଶ୍ରମିକ ମାନେ ଏବେ ରୋଜଗାର ହରାଇବା ସହ ଭୋଗ ଉପବାସରେ ଦିନ କାଟୁଛନ୍ତି । ବସ୍ ଓ ଟ୍ରେନ୍ ରେ ଯିବାକୁ ଟଙ୍କା ଯୋଗାଡ଼ କରି ପାରୁନଥିବା ଶ୍ରମିକ ମାନେ ଏବେ ଚାଲି ଚାଲି ଘର ମୁହାଁ ହୋଇଛନ୍ତି । ଏମିତି କିଛି ଶ୍ରମିକଙ୍କୁ ହିଞ୍ଜିଳିକାଟୁ ଓ ପାଟପୁର ଥାନା ପୁଲିସ ରାସ୍ତାରୁ ଉଦ୍ଧାର କରିଛି । ବିଶାଖାପାଟନମ୍ ର ୮ଜଣ, ଚେନ୍ନାଇ ଅଂଚଳର ୫ଜଣ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ପୁଲିସ ପକ୍ଷରୁ ସେମାନଙ୍କୁ ଅଟକାଇ ଖାଇବାକୁ ଦିଆଯିବା ସହ ଗାଡ଼ି କରି ତାଙ୍କ ଘରକୁ ପଠାଇ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ