ରାସ୍ତା ଅବରୋଧକରିଥିବା ମଦବୋଝେଇ ପିକଅପ ଭ୍ୟାନ, ମଦଦୋକାନ ମାଲିକ ଓ ଗାଡିଚାଳକ କୋର୍ଟ ଚାଲାଣ

କେନ୍ଦ୍ରାପଡା : ମୁଖ୍ୟରାସ୍ତାକୁ ଅବରୋଧକରି ଛିଡା ହୋଇଥିବା ଏକ ମଦବୋଝେଇ ପିକଅପ ଭ୍ୟାନକୁ ଟାଉନ ଥାନା ଅଧିକାରୀଙ୍କ ନିର୍ଦେଶରେ ଗତ ଗୁରୁବାର ରାତି ପ୍ରାୟ ଗୋଟାଏ ସମୟରେ ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଜବତ କରି ଟାଉନ ଥାନାରେ ରଖିବା ସହିତ ଥାନା କେଶ ନମ୍ବର ୩୪/୨୦୨୦ରେ ଏକ ମାମଲା ଦାୟର କରିଥିଲେ । ଆଜି ସେହି ମାମଲାରେ ମଦ ଦୋକାନ ମାଲିକ ବଳଗଣ୍ଡି ଗ୍ରାମର ସୁଦାମ ଚରଣ ସାହୁ(୫୨) ଓ ପିକଅପ ଭ୍ୟାନ ଚାଳକ ମନକରପୁର ଗ୍ରାମର ମାଧବ ବେହାରା(୬୦) ଙ୍କୁ ଟାଉନ ଥାନା ପୋଲିସ ଗିରଫ କରି ଆଇପିସିର ଦଫା ୧୮୮, ୨୮୩, ୩୫୩ ଓ ୩୪ ଦଫାରେ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି । ଟାଉନ ଥାନା ସବଇନିସପେକ୍ଟର ଅର୍ନ୍ତଯ୍ୟାମୀ ବିଶ୍ୱାଳ ଉଭୟଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ