ରାସ୍ତା ଅବରୋଧ ପରେ ବିଜେଡ଼ି – ବିଜେପି କର୍ମୀ ମୁହାଁ ମୁହିଁ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ୧୧ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ନିମାପଡ଼ା ର ଜୟଶ୍ରୀ ଛକ ଠାରେ ଗଣଶିକ୍ଷା ମନ୍ତ୍ରୀଙ୍କ ବହିଷ୍କାର ଓ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିନେଇ ରାସ୍ତା ଅବରୋଧ କରାଯାଇଥିଲା। ଯୁବମୋର୍ଚ୍ଚା କର୍ମୀମାନେ ବିଭିନ୍ନ ନାରାବାଜି ଦେଇ ଟାୟାର ଜାଳି ଜୟଶ୍ରୀ ଛକଠାରେ ବସି ରହିଥିଲେ।ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ମାନସ ପ୍ରଧାନ,ଦିଲ୍ଲୀପ ପାତ୍ର, କୃଷ୍ଣଚନ୍ଦ୍ର ସ୍ୱାଇଁ,ପୁର୍ଣଚନ୍ଦ୍ର ସାହୁ,ପୂର୍ଣ୍ଣଚନ୍ଦ୍ର ଓଝା,ମୀନଲତା ମହାନ୍ତି,ଝିଲ୍ଲୀ ଲତା ଦାସ, ନିରଞ୍ଜନ ନାୟକ,ରାକେଶ ସେନାପତି, ମିଲନ ମୁଖିଙ୍କ ସହିତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ଅପରାହ୍ନରେ ଯୁବମୋର୍ଚ୍ଚା କର୍ମୀମାନେ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ପହଞ୍ଚି ମନ୍ତ୍ରୀ ଙ୍କ ବିରୋଧ ରେ ସ୍ଳୋଗାନ ଦେବାରୁ କିଛି ବିଜେଡ଼ି କର୍ମୀ ଏହାକୁ ବିରୋଧ କରି ଥିଲେ। ଏହି ଘଟଣାକୁ ନେଇ ସେଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସେଠାରେ ବିଜେଡି କର୍ମୀ ଓ ଭାଜପା କର୍ମୀମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଉଭୟ ଦଳ ର କର୍ମୀ ଥାନା କୁ ଯାଇ ପରସ୍ପର ବିରୋଧରେ ଅଭିଯୋଗ କରିବା ପରେ ଥାନା ପରିସରରେ ମଧ୍ୟ ଉଭୟ ଦଳ ର କର୍ମୀ ମୁହାଁ ମୁହିଁ ହୋଇ ଠେଲାପେଲା ହୋଇଥିଲେ।ପୁଲିସ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିଲା।ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିବାରୁ ଖବର ପାଇ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନିମାପଡା ଉପ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର ଓ ନିମାପଡ଼ା ଥାନା ଭାରପ୍ରାପ୍ତ ପୋଲିସ ନିରିକ୍ଷକ ଶଙ୍କର୍ଷଣ ଦଳାଇ ଉଭୟ ପକ୍ଷଙ୍କୁ ନେଇ ଆଲୋଚନା କରିଛନ୍ତି। ଏବେ ବି ଚାପା ଉତ୍ତେଜନା ଲାଗି ରହିଛି। ଜଣେ ବିଜେଡ଼ି କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ