ରାସ୍ତା ଅବସ୍ଥା ଶୋଚନୀୟ, ମରାମତି ପାଇଁ ଦାବୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଅଧିନ ଗଣିଜାଙ୍ଗ-ନାରାୟଣପୁର ଭାୟା କନ୍ତିଆ ଛକ ପ୍ରାୟ ୪ କିମି ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି । ଉକ୍ତ ରାସ୍ତାରେ ଦୈନନ୍ଦିନ ଛୋଟବଡ ଦୁର୍ଘଟଣା ମାନ ଘଟୁଥିବା ଦେଖାଯାଉଛି । ଏହି ରାସ୍ତା ଉପରେ ଗଣିଜାଙ୍ଗ ସମେତ ରାମପୁର, ରାମକୃଷ୍ଣପୁର, ଗୋବିନ୍ଦପୁର, ସେଣ୍ଢତୀରା ଆଦି ପଞ୍ଚାୟତର ଲୋକ ମାନେ ନିର୍ଭର କରିଥାନ୍ତି । ଦୀର୍ଘ ବର୍ଷ ହେବ ମରାମତି ଅଭାବରୁ ଏହି ରାସ୍ତା ମରଣଯନ୍ତାରେ ପରିଣତ ହୋଇଛି । ରାସ୍ତାରେ ମେଟାଲ ଉଠିବା ସହ ଖାଲଖମା ସୃଷ୍ଟି ହୋଇଛି । କିଛି ଦିନ ପୂର୍ବରୁ ଗଣିଜାଙ୍ଗ ବଜାର ଠାରୁ ପ୍ରାୟ ୧ କିମି ରାସ୍ତା ଲକ୍ଷାଧିକ ଟଙ୍କାରେ ମରାମତି ହୋଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁ ଏବେ ରାସ୍ତାରେ ପିଚୁ ଉଠି ଯାଇଥିବା ଦେଖାଯାଇଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ମରାମତି କରାଇବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ