ରାସ୍ତା ଅବସ୍ଥା ଶୋଚନୀୟ : ମରାମତି ଦାବୀ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ପାରାବନ୍ଧ ଶାସନ ସହ ଜାମବଣି-ଟିଲୋ ରାସ୍ତାର ସିମିଳି ମୂଳ ଛକକୁ ସଂଯୋଗ କରୁଥିବା ପ୍ରାୟ ୩୫୦ ମିଟର ମୁଖ୍ୟରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଦୀର୍ଘ ୧୦ ବର୍ଷ ହେବ ମରାମତି କାର୍ଯ୍ୟ ହୋଇନଥିବା ଅଭିଯୋଗ ହୋଇଛି । ଏହି ରାସ୍ତା ଉପରେ ପ୍ରାୟ ୨ ଶହରୁ ଅଧିକ ଲୋକ ଯାତାୟତ କରିଥାନ୍ତି । ବହୁ ସମୟରେ ଲୋକ ମାନେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସାମାନ୍ୟ ବର୍ଷା ହେଲେ ଆମ୍ବୁଲାନ୍ସଟିଏ ଗ୍ରାମ ମଧ୍ୟକୁ ଯାଇ ପାରୁନାହିଁ । ଉକ୍ତ ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ଇଂ.ମାୟାଧର ପଣ୍ଡା, ଇଂ.ମାଧବ ତ୍ରିପାଠୀ, ଇଂ.ସତ୍ୟବ୍ରତ ପଣ୍ଡା, ଇଂ.ଲିନା ମିଶ୍ର, ଇଂ.ଆଲୋକ ରଞ୍ଜନ ତ୍ରିପାଠୀ, ଅବସରପ୍ରାପ୍ତ ଶିକ୍ଷକ ପ୍ରାଣକୃଷ୍ଣ ପଣ୍ଡା, ବଟକୃଷ୍ଣ ପଣ୍ଡା, ଶ୍ରୀଧର ପଣ୍ଡା, ଜନ୍ମେଞ୍ଜୟ ପଣ୍ଡା, ଲକ୍ଷ୍ମୀଧର ପଣ୍ଡା, ଜ୍ୟୋତିର୍ମୟୀ ପଣ୍ଡାଙ୍କ ସମେତ ଗ୍ରାମବାସୀୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ